ହସ୍ପିଟାଲରୁ ଡିସ୍‌ଚାର୍ଜ ହେବେ ଅନୁଷ୍କା

ମୁମ୍ବାଇ: ଜାନୁୟାରୀ ୧୧ରେ ମା’ ହୋଇଥିବା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏହି ସପ୍ତାହରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବେ। କୁହାଯାଉଛି, ଅନୁଷ୍କା ବ୍ରିଚ୍‌ କ୍ୟାଣ୍ଡିି ହସ୍ପିଟାଲର ପଛପଟ ଗେଟ୍‌ ଦେଇ ଯାଇପାରନ୍ତି। ଏହି ସମୟରେ କଡ଼ା ସୁରକ୍ଷା ଗ୍ରହଣ କରାଯିବ। କାରଣ ଫଟୋ ଗ୍ରାଫରଙ୍କ ନଜରରୁ ବର୍ତ୍ତିବା ପାଇଁ ଏପରି ନିଷ୍ପତ୍ତି ନେଇଥିବା ଶୁଣିବାକୁ ମିଳୁଛି। ବୁଧବାର ବିରାଟ-ଅନୁଷ୍କା ଏନେଇ ଫଟୋଗ୍ରାଫରଙ୍କୁ ମଧ୍ୟ ନିବେଦନ କରିଥିଲେ କି ହଇରାଣ ନ କରିବାକୁ। ଏପରିକି ଏହାକୁ ବ୍ୟକ୍ତିଗତ କରି ରଖିବାକୁ ଚାହାନ୍ତି ଏହି ଦମ୍ପତି।

Share