Categories: ଖେଳ

ପ୍ରଥମଥର ପାଇଁ ବାପାଙ୍କ ଖେଳ ଦେଖିବେ ଭାମିକା

ଅହମଦାବାଦ,୨୫।୨:ଭାରତୀ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ନିକଟରେ କନ୍ୟା ସନ୍ତାନର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେ କିଛି ଦିନ ପୈତୃକ ଛୁଟି ନେବା ପରେ ଏବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ଖେଳୁଛନ୍ତି। ଅହମ୍ମଦାବାଦ୍‌ର ନବନିର୍ମିତ ମୋଟେରା ଷ୍ଟାଡିୟମରେ ତୃତୀୟ ଟେଷ୍ଟ ଖୋଯାଉଛି। ଏହି ମ୍ୟାଚ୍‌ ଦେଖିବା ପାଇଁ ବିରାଟଙ୍କ ସ୍ତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ଭାମିକାଙ୍କ ସହ ପହଞ୍ଚିଛନ୍ତି। ଅନୁଷ୍କା ସେଠାରେ ପହଞ୍ଚିବା ପରେ ଲୋକେ ତାଙ୍କୁ ଦେଖିବା ପାଇଁ ଭିଡ ଲଗାଇଥିଲେ ମଧ୍ୟ ସେ କଡା ସୁରକ୍ଷା ଭିତରେ ପଳାଇଥିଲେ। ଭାମିକା ପ୍ରଥମଥର ପାଇଁ ପିତାଙ୍କ ଖେଳ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ଗତ ଜାନୁୟାରୀ ୧୧ରେ ଅନୁଷ୍କା କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏହାପରେ ଫଟୋଗ୍ରାଫରଙ୍କୁ ଝିଅର ଫଟୋ ନ ନେବାକୁ କୋହଲି ଅନୁରୋଧ କରିଥିଲେ।

Share