ଟ୍ରୋଲ ହେଲେ ଅନୁଷ୍କା

ମୁମ୍ବାଇ: ମଇ ୧୬ରୁ ଆରମ୍ଭ ହୋଇଥିବା କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୩ରେ ଅନୁଷ୍କା ଶର୍ମା ଏବେ ରେଡ କାର୍ପେଟରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ଏହି ବିଶେଷ ଉତ୍ସବରେ ଅନୁଷ୍କା ଅଫ ସୋଲଡର ରିଚାର୍ଡ କ୍ୱିନ ଗାଉନ ପିନ୍ଧିଥିଲେ। ଯାହା ସିଲଭର ଏବଂ ହ୍ବାଇଟ ରଙ୍ଗର ଥିଲା। ଶୁକ୍ରବାର କାନ୍ସର ରେଡ କାର୍ପେଟରେ ଆସିଥିବା ଅନୁଷ୍କାଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା। ହେଲେ ଏହି ଇଭେଣ୍ଟ ପରେ ପାର୍ଟିରେ ଯୋଗ ଦେଇଥିବା ଅନୁଷ୍କାଙ୍କ ଲୁକକୁ ଦେଖି ୟୁଜର୍ସ କନଫ୍ୟୁଜ ହୋଇଛନ୍ତି। ବାସ୍ତବରେ ଅନୁଷ୍କା ଏକ ଲ୍ୟାମ୍ପଶେଡ ଆଉଟଫିଟରେ ପାର୍ଟିରେ ପହଞ୍ଚିଥିଲେ। ଏହାର ଗୋଲାପି ଟପ ଠିକ ଲ୍ୟାମ୍ପ ପରି ଦେଖାଯାଉଥିଲା । ଏହାପରେ ଅନୁଷ୍କାଙ୍କୁ ସୋସିଆଲ ମିଡିଆରେ ଲ୍ୟାମ୍ପ ସହିତ ତୁଳନା କରାଯାଉଛି।
ଅନୁଷ୍କା ଶର୍ମା କାନ୍ସ ରେଡ କାର୍ପେଟରେ ନିଜର ଉପସ୍ଥିତି ଦେଖାଇବା ପରେ ରାତିରେ ପାର୍ଟିରେ ଯୋଗ ଦେଇଥିଲେ। ଯେଉଁଥିରେ ସେ ଗୋଲାପି ରଙ୍ଗର ଟପ ପିନ୍ଧିଥିଲେ । ଯେଉଁଥିରେ ପଛ ପାର୍ଶ୍ୱରେ ଏକ ଲମ୍ବା ପରୀ ଲାଞ୍ଜ ମଧ୍ୟ ଥିଲା। ଏହା ସହିତ ଅନୁଷ୍କା କଳା ବଟମ ଏବଂ ସମାନ ରଙ୍ଗର ହିଲ ପେୟାର କରିଥିଲେ। ତାଙ୍କର ପିଙ୍କ ସର୍ଟନ ଟପ ଅଫ ସୋଲଡର ଥିଲା। ଏହା ସହିତ, ଅଭିନେତ୍ରୀ ଲୋ ପନିଟେଲ ଏବଂ ମିନିମଲ ମେକଅପ ସହିତ ନିଜର ଲୁକ କମ୍ପ୍ଲ୍ଲିଟ କରିଥିଲେ।

Share