Categories: ଖେଳ

ସ୍ବାମୀ କୋହଲିଙ୍କୁ ମାଗି ତାଙ୍କ ପୋଷାକ ପିନ୍ଧନ୍ତି ଅନୁଷ୍କା: ଏଭଳି ପ୍ରତିକ୍ରିୟା ଦିଅନ୍ତି ଅଧିନାୟକ

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କର ପ୍ରେମ ସମ୍ପର୍କ ସବୁବେଳେ ଚର୍ଚ୍ଚାରେ ରହିଥାଏ। ୨୦୨୧ ଆରମ୍ଭରେ ଏହି ଦମ୍ପତି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅନୁଷ୍କା କହିଥିଲେ ଯେ, ସେ ସ୍ବାମୀଙ୍କ ପୋଷାକ ଉଧାରରେ ନେଇ ପିନ୍ଧିଥାନ୍ତି। ସେ ଏପରି କାହିଁକି କରନ୍ତି ତାହା ମଧ୍ୟ କହିଥିଲେ।
ଆପଣ କେବେ ସ୍ବାମୀ କେହଲିଙ୍କ ପୋଷାକ ପିନ୍ଧନ୍ତି ବୋଲି ଅନୁଷ୍କାଙ୍କୁ ଏକ ସାକ୍ଷାତକାରରେ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ଅନୁଷ୍କା କହିଥିଲେ, ସେ ସବୁବେଳେ ସ୍ବାମୀଙ୍କ ଆଲମାରୀରୁ ତାଙ୍କ ପୋଷାକ ଉଧାର ରୂପେ ନେଇ ପିନ୍ଧିଥାନ୍ତି। ଅଧିକାଂଶ ସମୟରେ ଟି-ସର୍ଟ, ଜ୍ୟାକେଟ ନେଇଥାନ୍ତି। ଅନୁଷ୍କା ଏପରି କରିବାର କାରଣ ହେଉଛି ବିରାଟ ଚାହାନ୍ତି ଅନୁଷ୍କା ତାଙ୍କ ପୋଷାକ ପିନ୍ଧନ୍ତୁ ବୋଲି ସେ କହିଛନ୍ତି।

Share