ଚକଦା ଏପ୍ସପ୍ରେସର ଶୁଟିଂ ଶେଷ

ମୁମ୍ବାଇ: ବଲିଉଡ କୁଇନ ଅନୁଷ୍କା ଶର୍ମା ବେଶ କିଛିଦିନ ହେବ ବଡ ପରଦାରୁ ଦୂରେଇ ରହିଛନ୍ତି । ହେଲେ ପୁଣିଥରେ ସେ ‘ଚକଦା ଏକ୍ସପ୍ରେସ୍‌’ ମାଧ୍ୟମରେ ବଡ ପରଦାକୁ ପୁଣିଥରେ ଫେରୁଛନ୍ତି । ଏହାର ଶୁଟିଂ ସୋମବାର ଶେଷ ହୋଇଛି । ଶୁଟିଂ ଶେଷ ହେବା ପରେ ଅନୁଷ୍କା ଶର୍ମା ଓ ରିୟଲ ଝୁଲଣ ଗେସ୍ୱାମୀ ଓ ସମ୍ପୂର୍ଣ୍ଣ ଟିମ ମିଶି କେକ କାଟି ଏହାକୁ ସେଲିବ୍ରେଟ କରିଛନ୍ତି । ଏହାର ଫଟୋ ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ତାଙ୍କର ଏହି ‘ଫିଲ୍ମ ର‌୍ୟାପ’ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଅନୁଷ୍କା ଏକାସହ କିଛି ଫଟୋ ଶେୟାର କରିଛନ୍ତି । ଏଥିରେ ଅଭିନେତ୍ରୀ ନିର୍ଦ୍ଦେଶକ ପ୍ରସିତ ରାୟଙ୍କ ସହ କେକ କାଟୁଥିବା ଦେଖାଯାଇଛି । ପଛରେ ରହିଛନ୍ତି ସମ୍ପୂର୍ଣ୍ଣ ଟିମ । ଆଉ ଏକ ଫଟୋରେ ଅନୁଷ୍କା ନିର୍ଦ୍ଦେଶକଙ୍କୁ ହଗ୍ କରୁଥିବା ଦେଖାଯାଇଛି । ଏଥିରେ ଝୁଲଣଙ୍କ ସମେତ ଅନ୍ୟମାନେ ତାଳି ମାରୁଥିବା ଦେଖାଯାଇଛି । ଚଳିତ ବର୍ଷ ଜୁନରେ ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିବା ବେଳେ ନେଟଫ୍ଲିକ୍ସରେ ଏହା ରିଲିଜ୍ ହେବ ବୋଲି ଅନୁଷ୍କା ହିଣ୍ଟସ୍ ଦେଇଛନ୍ତି ।

Share