ପ୍ରଥମଥର ପାଇଁ ସୋସିଆଲ ମିଡିଆରେ ଝିଅର ଫଟୋ ଶେୟାର କଲେ ଅନୁଷ୍କା, ଲେଖିଲେ ଏମିତି କିଛି…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି ୧୧ ଜାନୁୟାରୀ ୨୦୨୧ରେ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ବର୍ତ୍ତମାନ ଅନୁଷ୍କା ଝିଅର ପ୍ରଥମ ଫଟୋ ଫ୍ୟାନ୍‌ ତଥା ପ୍ରଶଂସକମାନଙ୍କ ପାଇଁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଅନୁଷ୍କା ଏହି ଫଟୋ ଶେୟାର କରି ଲେଖିଛନ୍ତି, ବିରାଟ ତାଙ୍କ ଝିଅର ନାମ ‘ଭାମିକା’ ରଖିଛନ୍ତି।
ସେ ଆହୁରି ମଧ୍ୟ ଲେଖିଛନ୍ତି, ଆମେ ଭଲପାଇବା ଏବଂ କୃତଜ୍ଞତା ସହ ଜୀବନ ଜିତିଛୁ। କିନ୍ତୁ ଏହି ଛୋଟ ଭାମିକା ସ୍ବତନ୍ତ୍ର ଅଟେ। ହସ, ଲୁହ, ସୁଖ, ଚିନ୍ତା ବେଳେବେଳେ ଏହି ଭାବନା କିଛି ସମୟ ପାଇଁ ଅନୁଭବ ହୁଏ। ଆମର ନିଦ ହଜିଯାଇଛି। କିନ୍ତୁ ହୃଦୟ ପୂର୍ଣ୍ଣ ହୋଇଛି। ଆପଣମାନଙ୍କର ଶୁଭକାମନା, ପ୍ରାର୍ଥନା ଏବଂ ଉତ୍ତମ ଶକ୍ତି ପାଇଁ ଧନ୍ୟବାଦ।

Share