ଗର୍ଭାବସ୍ଥାରେ ଏମିତି ଅନୁଭବ କରୁଛନ୍ତି ଅନୁଷ୍କା, କଲେ ଖୁଲାସା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ତାଙ୍କ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଏବେ ବିରାଟଙ୍କ ସହ ଅନୁଷ୍କା ୟୁଏଇରେ ଅଛନ୍ତି। ଏହି ସମୟରେ ସମୁଦ୍ର କୂଳରେ ବେବି ବମ୍ପ ସହ ଏକ ଫଠୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। କିଛି ମିନିଟ ମଧ୍ୟରେ ଏହି ଫଟୋ ଭାଇରାଲ ହୋଇଛି। ଏପର୍ଯ୍ୟନ୍ତ ଏହି ଫଟୋକୁ ୨୩ ଲକ୍ଷରୁ ଅଧିକ ଲୋକ ଲାଇକ କରିଛନ୍ତି। ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ଅନୁଷ୍କା କ୍ୟାପଶନ୍‌ରେ ଲେଖିଛନ୍ତି, ଆପଣଙ୍କ ଭିତରେ ଏକ ନୂତନ ଜୀବନ ଗଢାଯାଉଛି, ଏହା ବାସ୍ତବ ଏବଂ ମନୋରମ ଅନୁଭବ। ଏହା ଉପରେ କୌଣସି ନିୟନ୍ତ୍ରଣ ନାହିଁ, ତେବେ ଏହା ପ୍ରକୃତରେ କ’ଣ? ଅନୁଷ୍କାଙ୍କ ଏହି ଫଟୋରେ ବିରାଟ କୋହଲି ଲେଖିଛନ୍ତି ଯେ, ମୋର ପୁରା ସଂସାର ଗୋଟିଏ ଫ୍ରେମରେ ଅଛନ୍ତି। ବିରାଟ କୋହଲି ଆଇପିଏଲ ପୂର୍ବରୁ ତାଙ୍କ ପ୍ରଶଂସକଙ୍କୁ ଖୁସି ଖବର ଦେଇଥିଲେ। ସେ ୨୦୨୧ ଜାନୁୟାର ୨୦୨୧ରେ ପିତା ହେବାକୁ ଯାଉଥିବା ଘୋଷଣା କରିଥିଲେ। ବିରାଟ ଆଇପିଏଲ ଖେଲିବା ପାଇଁ ଏବେ ୟୁଏଇରେ ଅଛନ୍ତି।]

Share