ଭାଇରାଲ ହେଉଛି ଭାମିକାଙ୍କ ଫଟୋ, ଏମିତି କହିଲେ ଅନୁଷ୍କା

ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରବିବାର ଅନୁଷ୍କା ତାଙ୍କ ଝିଅ ସହିତ ଷ୍ଟାଡିୟମରେ ପହଞ୍ଚତ୍ଥିଲେ ଏବଂ ବିରାଟ ୫୦ ରନ୍‌ ସଂଗ୍ରହ କରିବା ପରେ ଉଭୟ ଖୁସିଥିବା ନଜରକୁ ଆସିଥିଲେ। ଏହି ସମୟରେ ବ୍ରଡ୍‌କାଷ୍ଟରର କ୍ୟାମେରା ତାଙ୍କ ଆଡ଼କୁ ବୁଲିଥିଲା। ପରେ ଅନୁଷ୍କାଙ୍କ କୋଳରେ ଥିବା ଭାମିକାଙ୍କ ଫଟୋ ଭାଇରାଲ ହୋଇଯାଇଥିଲା ।
ଝିଅ ଫଟୋ ଭାଇରାଲ ହେବା ପରେ ଅନୁଷ୍କାଙ୍କ ପ୍ରତିକ୍ରିୟା ଆସିଛି। ବିରାଟ ଏବଂ ଅନୁଷ୍କା ମଧ୍ୟ ଝିଅର ଫଟୋ କ୍ଲିକ ନ କରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ। ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ଅନୁଷ୍କା ଲେଖିଛନ୍ତି, ଆମ ଝିଇର ଫଟୋ ଗତକାଲି ଷ୍ଟାଡିୟମରେ କ୍ଲିକ୍‌ କରାଯାଇଥିଲା ଏବଂ ସେ କ୍ରମାଗତ ଭାବରେ ଭାଇରାଲ ହେଉଛି। ଆମେ ତୁମ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛୁ ଯେ, ଆମେ ଜାଣି ନ ଥିଲୁ ଯେ କ୍ୟାମେରାର ନଜର ଆମ ଉପରେ ଅଛି। ଝିଅର ଫଟୋ ବିଷୟରେ ଆମର ସେହି ମନୋଭାବ ଅଛି। ଆମେ ଆଶା କରୁଛୁ, ଭାମିକାଙ୍କ ଫଟୋ ନ ଉଠାଇବା ପାଇଁ। ଏହା ପଛର କାରଣ ଆମେ ଆପଣଙ୍କୁ କହିସାରିଛୁ ।

Share