ବିରାଟ୍‌ଙ୍କ ଏହି କାମ ଦେଖି ସହଜେ ବିଶ୍ୱାସ କରିପାରିଲେନି ଅନୁଷ୍କା: ଦେଖନ୍ତୁ ଭିଡିଓ

ପୁଣେ,୧୭।୪: ଆଇପିଏଲ ୨୦୨୨ର ଏକ ମ୍ୟାଚ୍‌ରେ ଆରସିବି ଦିଲ୍ଲୀକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଆରସିବିର ପୂର୍ବତନ ଅଧିନାକୟକ ବିରାଟ କୋହଲି ଚମତ୍କାର ଫିଲ୍ଡିଂ କରିଥିଲେ। ଏହା ପରେ ବିରାଟ ଏକ ଚମତ୍କାର କ୍ୟାଚ ନେଇଥିଲେ। ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ମଧ୍ୟ ଏହି କ୍ୟାଚ୍‌କୁ ବିଶ୍ୱାସ କରିପାରି ନ ଥିଲେ।
ଆରସିବି ବୋଲର ମହମ୍ମଦ ସିରାଜ ୧୭ତମ ଓଭରରେ ବୋଲିଂ କରିବାକୁ ଆସିଥିଲେ। ତାଙ୍କର ପୁଲ୍‌ ଟସ୍‌ ବଲ୍‌ରେ ରିଷଭ ପନ୍ତ କଭର ଉପରେ ମାରିବାକୁ ଚାହୁଁଥିଲେ। ବିରାଟ କୋହଲି ଡେଇଁପଡି ଗୋଟିଏ ହାତରେ ଏକ ବଡ଼ କ୍ୟାଚ ନେଇଥିଲେ। ଏହି କ୍ୟାଚ୍‌ ଧରିବା କାରଣରୁ ପନ୍ତଙ୍କୁ ଆଉଟ୍‌ ହେବାକୁ ପଡିଥିଲା। ଏପରିକି ଅନୁଷ୍କା ଶର୍ମା ବିରାଟଙ୍କ କ୍ୟାଚ ଦେଖି ବିଶ୍ୱାସ କରିପାରିଲେ ନାହିଁ। କ୍ୟାଚ ଧରିବା ପରେ ବିରାଟ ଅନୁଷ୍କା ଆଡକୁ ମଧ୍ୟ ସୂଚାଇ ଦେଇଥିଲେ ଏବଂ ଅନୁଷ୍କା ବିରାଟଙ୍କ ଏହି କ୍ୟାଚ ଉପରେ ବହୁତ ଖୁସି ବ୍ୟକ୍ତ କରିଥିଲେ। ବିରାଟଙ୍କ ଏହି କ୍ୟାଚ ଯୋଗୁ ଆରସିବି ଦଳ ମ୍ୟାଚ ମ୍ୟାଚରେ ଅଧିକ ଶକ୍ତିଶାଳୀ ହୋଇଥିଲା।
ବିରାଟ କ୍ୟାଚ୍‌ ଧରିବା ପରେ ଅନୁଷ୍କାଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିରାଟଙ୍କ ଫିଲ୍ଡିଂ ବ୍ୟତୀତ ପ୍ରଶଂସକମାନେ ଅନୁଷ୍କାଙ୍କ ସହ ତାଙ୍କ କେମେଷ୍ଟ୍ରିକୁ ପ୍ରଶଂସା କରୁଛନ୍ତି।

Share