ପ୍ରଭାସଙ୍କ ବିପକ୍ଷରେ ଅନୁଷ୍କା

ବମ୍ବେ: ସାଉଥ୍‌ର ମେଗା ବଜେଟ୍‌ ଫିଲ୍ମରେ ନଜର ଆସିବେ ଅଭିନେତ୍ରୀ ଅନୁଷ୍କା ଶର୍ମା। ନିର୍ଦ୍ଦେଶକ ଓମ୍‌ ରାଉତଙ୍କ ‘ଆଦିପୁରୁଷ’ରେ ସେ ନାୟିକା ସାଜିବେ। ତାଙ୍କ ଚରିତ୍ରର ନାମ ରହିବ ସୀତା। ପୂର୍ବରୁ ପ୍ରଭାସ ଫିଲ୍ମରେ ରାମଙ୍କ ଭୂମିକାରେ ଅଭିନୟ କରିବା ସ୍ପଷ୍ଟ ହୋଇଛି। ଶୀଘ୍ର ଅନୁଷ୍କା ସାଇନ୍‌ କରିବେ ବୋଲି କୁହାଯାଉଛି।

ଏବେ ଗର୍ଭବତୀ ଅଛନ୍ତି ଅନୁଷ୍କା। ନିକଟରେ ବିରାଟ ଓ ସେ ମିଶି ପ୍ରଶଂସକଙ୍କୁ ଖୁସି ଖବର ଜଣାଇଥିଲେ। ୨୦୨୧ରେ ସେ ସନ୍ତାନକୁ ଜନ୍ମ ଦେବେ। ସେତେପର୍ଯ୍ୟନ୍ତ ଫିଲ୍ମର କେବଳ ରାମ ଓ ରାବଣକୁ ନେଇ ଶୁଟିଂ ଶେଷ ହେବ।

ତେବେ ରାମଙ୍କ ସହ ରାବଣ ଭୂମିକା ପାଇଁ କଳାକାର ଘୋଷଣା କରାଯାଇଥିଲା। ଫିଲ୍ମରେ ସୈଫ ଅଲ୍ଲୀ ଖାନ୍‌ଙ୍କୁ ଲଙ୍କାପତି ରାବଣ ଭୂମିକାରେ ଦେଖିବାକୁ ମିଳିବ। ଆସନ୍ତା ଜାନୁୟାରୀ ପରେ ଏହା ପରଦାକୁ ଆସିବ।

Share