ଅବସର ଘୋଷଣା କଲେ କୋହଲି, ପତ୍ନୀ ଅନୁଷ୍କା କହିଲେ ଏଇ ମଣିଷକୁ…

ନୂଆଦିଲ୍ଲୀ, ୩୦।୦୬: ଦୀର୍ଘ ୧୧ ବର୍ଷ ପ୍ରତୀକ୍ଷାର ଅବସାନ ଘଟାଇ ଆଇସିସିର ଟି-୨୦ ବିଶ଼୍ବକପ୍‌ ଟାଇଟଲ୍‌ ହାସଲ କରିଛି ଟିମ୍‌ ଇଣ୍ଡିଆ। ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଶ଼୍ବ ଚମ୍ପିୟନ୍‌ ହୋଇଛି ଭାରତ । ୨୦୧୩ ପରେ ଭାରତ ହାସଲ କରିଛ ଏହିି ଆଇସିସି ଟ୍ରଫି। ବ୍ରିଜଟାଉନ୍‌ରେ କେନ୍ସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ କୋହଲିଙ୍କ ଧୂଆଁଦାର ବ୍ୟାଟିଂ ଦକ୍ଷିଣ ଆଫ୍ରିକାକୁ ଭାରି ପଡ଼ିଥିଲା । କୋହଲି ୫୯ ବଲ୍‌ରେ ୭୬ ରନ୍‌ କରି ଭାରତକୁ ଏକ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ । ଫଳରେ ଭାରତ ୭ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି ।

ତେବେ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷଣା ହେବା ପରେ କୋହଲି ଟି-୨୦ ଫର୍ମାଟ୍‌ରୁ ଅବସର ଘୋଷଣା କରିଥିଲେ। ବିରାଟଙ୍କ କ୍ୟାରିୟର ସବୁଠାରୁ ବଡ଼ ଦିନ ଏବଂ ଅବସର ଘୋଷଣା ପରେ ପତ୍ନୀ ଅନୁଷ୍କା ଶର୍ମା ସୋସିଆଲ୍‌ ମିଡିଆରେ ଭାବପୂର୍ଣ୍ଣ ପୋଷ୍ଟ କରିଛନ୍ତି । ସେ ଇନ୍‌ଷ୍ଟାଗ୍ରାମ୍‌ରେ ବିରାଟଙ୍କ ସହ ଟିମ୍‌ ଇଣ୍ଡିଆର ଏକ ଫଟୋ ପୋଷ୍ଟ କରିଛନ୍ତି । ଏହାର କ୍ୟାପ୍ସନରେ ଅନୁଷ୍କା ଲେଖଛନ୍ତି ଯେ, ଯେତେବେଳେ ଆମ ଝିଅ ତୁମକୁ ଟିଭିରେ କାନ୍ଦୁଥିବା ଦେଖିଥିଲା ସେତେବେଳେ ସେ ଚିନ୍ତାରେ ପଡ଼ିଯାଇଥିଲା ଯେ, ତୁମକକୁ କାହିଁକି ସମସ୍ତେ ଆଲିଙ୍ଗନ କରୁଛନ୍ତି । ମୁଁ କହିଥିଲି ଯେ ୧୫୦ କୋଟି ଲୋକ ତୁମକୁ ସ୍ନହର ସହ ଆଲିଙ୍ଗନ କରୁଛନ୍ତି । ଚମତ୍କାର ବିଜୟ ଏବଂ ଉପଲବ୍ଧି ପାଇଁ ଚମ୍ପିୟନ୍‌ଙ୍କୁ ଶୁଭେଚ୍ଛା ବୋଲି ସେ ଲେଖିଛନ୍ତି ।

ତେବେ ଅନ୍ୟ ଏକ ପୋଷ୍ଟରେ ଏହି ବଲିଉଡ୍‌ ସୁନ୍ଦରୀ କହିଛନ୍ତି ଯେ, ମୁଁ ଏହି ବ୍ୟକ୍ତିଙ୍କୁ ପ୍ରେମ କରେ । ମୁଁ ତୁମ ପାଖରେ କୃତଜ୍ଞ ଯେ ତୁମେ ମୋତେ ତୁମ ଘର ବୋଲି ସମ଼୍େବାଧନ କରିଛ ।ଶୀଘ୍ର ଏକ ଗ୍ଲାସ୍‌ ପାଣି ପିଅ ଆଉ ଏହାକୁ ଶେଲେବ୍ରେଟ୍‌ କର ବୋଲି ସେ ଏଥିରେ ଲେଖିଛନ୍ତି ।

Share