ଦୃଷ୍ଟି ଆକର୍ଷଣ କଲା ବିରାଟ କୋହଲିଙ୍କ ଟି-ଶର୍ଟ

ମୁମ୍ବାଇ,୧୬।୧୧: ଷ୍ଟାର କ୍ରିକେଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ଦେଶର ଲୋକପ୍ରିୟ କପଲ୍‌ ଭାବେ ଜଣାଶୁଣା। ପ୍ରଶଂସକମାନେ ବିରୁଷ୍କାଙ୍କୁ ଏକାଠି ଦେଖିବାକୁ ସର୍ବଦା ଆଗ୍ରହୀ ଥାନ୍ତି। ନିକଟରେ ଉଭୟ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ କିନ୍ତୁ ଝିଅ ଭାମିକା ତାଙ୍କ ସହ ନ ଥିଲେ। ଏହି ସମୟରେ ବିରାଟଙ୍କ ଟି-ଶର୍ଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଟି-ଶର୍ଟରେ ସ୍ତ୍ରୀ ଅନୁଷ୍କାଙ୍କ ନାମର ପ୍ରଥମ ଅକ୍ଷର ଏ ସହ ଏକ ଲଭ୍‌ ଚିହ୍ନ ଥିଲା।
ବିରାଟ ଏବଂ ଅନୁଷ୍କାଙ୍କୁ ଦେଖିବାକୁ ବିମାନବନ୍ଦରରେ ଭିଡ ଜମିଥିଲା। ଉଭୟ ତାରକା ଏକତ୍ର ବହୁତ ଖୁସି ଜଣାପଡୁଥିଲେ। ଉଭୟ ମଧ୍ୟ କାରରୁ ଓହ୍ଲାଇ ଗଣମାଧ୍ୟମ ପାଇଁ ପୋଜ ଦେଇଥିଲେ। ବିରାଟ ଏବଂ ଅନୁଷ୍କା ୨୦୧୭ରେ ଇଟାଲୀରେ ବିବାହ କରିଥିଲେ।