Categories: ଜାତୀୟ

କୋହଲି-ଅନୁଷ୍କାଙ୍କ ଝିଅଙ୍କୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଉ

ନୂଆଦିଲ୍ଲୀ,୨।୧୧: ଟି -୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ଖରାପ ପ୍ରଦର୍ଶନ ପରେ ଦଳର ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କୁ ସୋସିଆଲ ମିଡିଆରେ ବଳାତ୍କାର ଧମକ ଦିଆଯାଉଛି। ଏହି ମାମଲାରେ ଦିଲ୍ଲୀ ମହିଳା ଆୟୋଗ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆୟୋଗ ଦିଲ୍ଲୀ ପୋଲିସକୁ ନୋଟିସ ପଠାଇ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି କରିଛି। ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ଏହାକୁ ଦୃଢ ନିନ୍ଦା କରିଛନ୍ତି ଏବଂ ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି। ଅଭିଯୁକ୍ତକୁ ଶୀଘ୍ର ଗିରଫ କରିବାକୁ ସେ ପୋଲିସକୁ ଅନୁରୋଧ କରିଥିଲେ।
ଦୁବାଇରେ ଚାଲିଥିବା ଟି -୨୦ ବିଶ୍ୱକପରେ ଭାରତୀୟ ଦଳ ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଏବଂ ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଛି। ଏହା ପରେ ଦଳକୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ କଡ଼ା ସମାଲୋଚନାର ସମ୍ମୁଖୀନ ଶିକାର ହେବାକୁ ପଡିଛି।

Share