ବଡିଗାର୍ଡଙ୍କ ସହ ବାଇକ୍‌ରେ ଗଲେ ଅନୁଷ୍କା, ଭିଡିଓ ଭାଇରାଲ

ମୁମ୍ବାଇ: ନିକଟରେ ବଲିଉଡର ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ସୁଟିଂ କରିବାକୁ ଯାଉଥିବାବେଳେ ମୁମ୍ବାଇର ଟ୍ରାଫିକରେ ଫସି ଯାଇଥିଲେ। ଯାହା ପରେ ବିଗ୍‌ ବି ବିନା ଦ୍ୱିଧାରେ ଜଣେ ଅପରିଚିତ ବ୍ୟକ୍ତିଙ୍କଠାରୁ ଲିଫ୍ଟ ମାଗି ଠିକ ସମୟରେ ତାଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲେ। ଏହାର ଏକ ଫଟୋ ଅଭିନେତା ନିଜେ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ। ତେବେ ବିଗ୍‌ ବି ପରେ ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ମୁମ୍ବାଇ ରାସ୍ତାରେ ବାଇକ ଯୋଗେ ଯାତ୍ରା କରୁଥିବା ନଜର ଆସିଛନ୍ତି।

ମିଳିଥିବା ସୂଚନାନୁଯାୟୀ, ଗଛ ପଡିବା କାରଣରୁ ମୁମ୍ବାଇର ଜୁହୁର ଏକ ରାସ୍ତା ବନ୍ଦ ହୋଇଯାଇଥିଲା। ଯେଉଁଥିପାଇଁ ଅନୁଷ୍କାଙ୍କୁ କାର ଛାଡି ବାଇକ୍‌ରେ ଯିବାକୁ ପଡିଲା। ଅନୁଷ୍କା ଶର୍ମା ତାଙ୍କ ବଡିଗାର୍ଡ ସୋନୁଙ୍କ ସହ ବାଇକ୍‌ରେ ଯାଉଥିବା ନଜର ଆସିଛନ୍ତି। ମାନବ ମଙ୍ଗଲାନୀ ତାଙ୍କ ଇନଷ୍ଟାଗ୍ରାମରେ ଏହାର ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ବଡିଗାର୍ଡଙ୍କ ସହ ବାଇକ୍‌ରେ ବସିଥିବାର ନଜର ଆସିଛନ୍ତି।

Share