ସ୍ବାମୀଙ୍କ ସହ କ୍ଲିନିକ୍‌ ଗଲେ ଅନୁଷ୍କା ଶର୍ମା

ମୁମ୍ବାଇ,୩୧।୧୨: ଆଜିକାଲି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଏହି ସମୟରେ ସେ କୌଣସି କାରଣରୁ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ସେ ଫଟୋଶୁଟ୍‌ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ଏବେ ସ୍ବାମୀ ତଥା ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ସହ କ୍ଲିନିକ୍‌ ବାହାରେ ନଜର ଆସିଛନ୍ତି। ନିୟମିତ ଚିକିତ୍ସା ପାଇଁ ସେ କ୍ଲିନିକ୍‌ ଯାଇଥିବାର ଜଣାପଡିଛି। ଅନୁଷ୍କା ଶର୍ମାଙ୍କର କିଛି ଫଟୋ ନିକଟରେ ଭାଇରାଲ ହୋଇଛି। ଫଟୋରେ ଅନୁଷ୍କା ତାଙ୍କ କାରକୁ ବାହାରି କ୍ଲିନିକ ଯାଉଛନ୍ତି। ସେ ଏକ ଧଳା ରଙ୍ଗର ପୋଷାକ ପିନ୍ଧିଛନ୍ତି। ଆଗାମୀ ଜାନୁୟାରୀରେ ସେ ମା’ ହେବାକୁ ଯାଉଛନ୍ତି। ଏଥିସହିତ ଗର୍ଭଧାରଣ ପରେ ଅନୁଷ୍କା ଶର୍ମା ମଧ୍ୟ କାମକୁ ଫେରିବା ପାଇଁ ଯୋଜନା କରିଛନ୍ତି। ସେ କହିଛନ୍ତି ଯେ ସେ ମେ ମାସ ସୁଦ୍ଧା କାମକୁ ଫେରିବେ।