ଝୁମି ଉଠିଲେ ଅନୁଷ୍କା

ଟି-୨୦ ବିଶ୍ୱକପର ଏକ ରୋମାଞ୍ଚକର ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୪ ଉଇକେଟରେ ପରାସ୍ତ କରି ଦେଶବାସୀଙ୍କୁ ଏକ ଚମତ୍କାର ଦୀପାବଳି ଉପହାର ଦେଇଛି। ଭାରତର ଏହି ବିଜୟରେ ସମଗ୍ର ଦେଶ ଉଲ୍ଲସିତ ହୋଇପଡିଛି। ଏହି ବିଜୟର ହିରୋ ବିରାଟ କୋହଲିଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। ଏଥିରୁ ବିରାଟଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ବାଦ୍‌ ପଡନ୍ତେ ବା କେମିତି। ସେ ମଧ୍ୟ ଏହି ଐତିହାସିକ ବିଜୟରେ ବହୁତ ଖୁସି ଅଛନ୍ତି। ସେ ନିଜ ଖୁସିକୁ ସୋସିଆଲ ମିଡିଆରେ ଜରିଆରେ ଶେୟାର କରିଛନ୍ତି।
ଅନୁଷ୍କା ଇନଷ୍ଟାଗ୍ରାମରେ ୧୦ଟି ଫଟୋ ଶେୟାର କରିଛନ୍ତି। ଫଟୋରେ ବିରାଟ କୋହଲି ବିଜୟ ପରେ ସେଲିବ୍ରେଶନ କରୁଥିବା ନଜର ଆସିଛନ୍ତି। ଏହି ପୋଷ୍ଟ ସହିତ ସେ ଏକ ହୃଦୟସ୍ପର୍ଶୀ ନୋଟ ମଧ୍ୟ ଲେଖିଛନ୍ତି। ଅନୁଷ୍କା କ୍ୟାପସନରେ ଲେଖିଛନ୍ତି, ଦୀପାବଳି ପୂର୍ବଦିନ ତୁମେ ଆଜି ରାତିରେ ଲୋକଙ୍କ ଜୀବନକୁ ଖୁସିରେ ଭରି ଦେଇଛ। ତୁମେ ଜଣେ ଅଦ୍ଭୁତ ବ୍ୟକ୍ତି ମାଇ ଲଭ୍‌। ତୁମର ଧୈର୍ଯ୍ୟ, ନିଷ୍ଠା ଏବଂ ବିଶ୍ୱାସ ମନକୁ ଚମତ୍କାର କରିଦିଏ।
ମୁଁ କହିପାରେ ଯେ ମୁଁ ମୋ ଜୀବନର ଆଜି ସର୍ବଶ୍ରେଷ୍ଠ ମ୍ୟାଚ ଦେଖିଛି। ଯଦିଓ ଆମ ଝିଅ ବହୁତ ଛୋଟ, ତାଙ୍କ ମା କାହିଁକି ନାଚୁଥିଲେ ଏବଂ କୋଠରୀରେ ଚିତ୍କାର କରୁଥିଲେ, ଦିନେ ସେ ବୁଝିବ ଯେ ତାଙ୍କ ପିତା ସେହି ରାତିରେ ତାଙ୍କର ସର୍ବଶ୍ରେଷ୍ଠ ଇନିଂସ ଖେଳିଥିଲେ। ଏକ ପର୍ଯ୍ୟାୟ ପରେ ଯାହା ତାଙ୍କ ପାଇଁ ବହୁତ କଷ୍ଟସାଧ୍ୟ ଥିଲା। କିନ୍ତୁ ସେ ଏସବୁ ଅପେକ୍ଷା ଅଧିକ ଶକ୍ତିଶାଳୀ ଫେରି ଆସିଛନ୍ତି। ତୁମ ପାଇଁ ଗର୍ବିତ।
ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକ ମୁକାବିଲାରେ ଭାରତ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪ ଉଇକେଟ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ର ହିରୋ ଥିଲେ ବିରାଟ କୋହଲି। ସେ ମାତ୍ର ୫୨ ବଲ୍‌ରେ ୮୨ ରନ୍‌ କରି ଅପରାଜିତ ରହିଥିଲେ।

Share