ହୋଟେଲ ରୁମ୍‌ ବାହାରେ ବିରାଟ-ଅନୁଷ୍କାଙ୍କ ନାମ ସହ ଲେଖାହେଲା ଝିଅ ଭାମିକାଙ୍କ ନାମ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ବାମା’ମା ହେବା ପରେ ବହୁତ ଖୁସି ଅଛନ୍ତି। ଏହି ଦମ୍ପତି ନିଜ ଝିଅର ନାମ ରଖିଛନ୍ତି ଭାମିକା। ଛୁଟି ପରେ କୋହଲି ପୁଣିଥରେ ଖେଳ ପଡ଼ିଆକୁ ଫେରିଛନ୍ତି। ଏମିତିରେ ମା’ ଅନୁଷ୍କା ଏବେ ଝିଅର ଦେଖାଶୁଣା କରୁଛନ୍ତି। ତେବେ କୋହଲିଙ୍କ ମ୍ୟାଚ୍‌ ଦେଖିବା ପାଇଁ ନିକଟରେ ଅନୁଷ୍କା ପ୍ରଥମ ଥର ପାଇଁ ଝିଅକୁ ନେଇ ଅହମ୍ମଦାବାଦ ଯାଇଥିଲେ। ଭାରତୀୟ ଖେଳାଳିମାନେ ଏବେ ହୋଟେଲ ହୟାତ ରିଜେନ୍ସିରେ ରହୁଛନ୍ତି। ତେବେ ଅନୁଷ୍କା ସେଠାରେ ପହଞ୍ଚିବା ପୂର୍ବରୁ ଖେଳାଳିଙ୍କ ରୁମ୍‌ ବାହାରେ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ହୋଟେଲ କର୍ମଚାରୀମାନେ ଖେଳାଳିଙ୍କ ରୁମ୍‌ ବାହାରେ ଏକ ଏକ ସ୍ବତନ୍ତ୍ର ନେମ୍‌ ପ୍ଲେଟ୍‌ ଲଗାଇଛନ୍ତି। ତେବେ ବିରାଟ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡା୍ୟାଙ୍କ ରୁମ୍‌ ବାହାରେ ଲଗାଯାଇଥିବା ନେମ୍‌ ପ୍ଳେଟ୍‌କୁ ନେଇ ଚର୍ଚ୍ଚା ହେଉଛି। କାରଣ କୋହଲିଙ୍କ ରୁମ୍‌ ବାହାରେ ଲଗାଯାଇଥିବା ନେମ୍‌ ପ୍ଳେଟ୍‌ରେ ସର୍ବପ୍ରଥମେ ଝିଅର ନାମ ଭାମିକା ଲେଖାଯାଇଛି। ଏହା ପରେ ଅନୁଷ୍କା ଏବଂ ଶେଷରେ ବିରାଟଙ୍କ ନାମ ଲେଖାହୋଇଛି।
ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ରୁମ୍‌ ବାହାରେ ପୁଅ ଅଗସ୍ତ୍ୟଙ୍କ ନାମ ଶେଷରେ ଲେଖାଯାଇଛି। ପ୍ରଥମେ ହାର୍ଦ୍ଦିକଙ୍କ ନାମ ଲେଖାହୋଇଥିବା ବେଳେ ମଝିରେ ନତାଶାଙ୍କ ନାମ ଲେଖାଯାଇଛି।