ବିରାଟ-ଅନୁଷ୍କା ମା’ ବାପା ହେବାପରେ ଏହି ଲୋକଙ୍କୁ ଦେଲେ ଉପହାର

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ କନ୍ୟା ସନ୍ତାନର ବାପା-ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ବିରାଟ ଏହା ପ୍ରଶଂସକଙ୍କୁ ଜଣାଇଥିଲେ। ବ୍ୟକ୍ତିଗତ ଜୀବନରେ ମିଡିଆର ହସ୍ତକ୍ଷେପ ବିଷୟରେ ପୂର୍ବରୁ ଅଭିଯୋଗ କରିଆସୁଥିବା ବିରୁଷ୍କା ବର୍ତ୍ତମାନ ଝିଅର ଫଟୋ ନ ଉଠାଇବା ପାଇଁ
ଫଟୋଗ୍ରାଫରଙ୍କୁ ନିବେଦନ କରିଛନ୍ତି। ପାପରାଜି ପାଇଁ ବିରୁଷ୍କା ଏକ ନୋଟ୍‌ ଲେଖିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ, ଏତେ ବର୍ଷ ଧରି ଆମକୁ ଦେଇଥିବା ପ୍ରେମ ପାଇଁ ଧନ୍ୟବାଦ। ଆମେ ଆପଣମାନଙ୍କ ସହ ଏହି ଖୁସିର ଉତ୍ସବକୁ ପାଳନ କରିବାକୁ ଚାହୁଁଛୁ। ସେ ପାପରାଜି ପାଇଁ ଉପହାର ମଧ୍ୟ ପଠାଇଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।