ହାଇକୋର୍ଟ ଗଲେ ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ନାଁରେ ଆୟକର (ଆଇଟି) ବିଭାଗ ନୋଟିସ ଜାରି କରିଥିବା ନେଇ ବମ୍ବେ ହାଇକୋର୍ଟରେ ଅଭିନେତ୍ରୀ ପିଟିଶନ୍‌ ଦାଏର କରିଛନ୍ତି । ଅନୁଷ୍କାଙ୍କ ପିଟିଶନ୍‌ର ଉତ୍ତର ୩ ସପ୍ତାହ ମଧ୍ୟରେ ରଖିବା ଲାଗି କୋର୍ଟ ଗୁରୁବାର ଆଇଟି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏ ନେଇ ଆସନ୍ତା ଶୁଣାଣି ଫେବୃୟାରୀ ୬ରେ କରାଯିବ। ସୂଚନା ମୁତାବକ ବର୍ଷ ୨୦୧୨-୧୩ ଏବଂ ୨୦୧୩-୧୪ରେ ଅନୁଷ୍କାଙ୍କୁ କର ପୈଠରେ ଅନିୟମିତତା ପାଇଁ ଆଇଟି ନୋଟିସ ଜାରି କରିଥିଲା। ଅନୁଷ୍କା ନିଜ ଟାକ୍ସ କନ୍‌ସଲଟାକ୍ସଙ୍କ ଦ୍ୱାରା କୋର୍ଟରେ ପିଟିଶନ୍‌ ଦାଏର କରିଥିବାବେଳେ ଜଷ୍ଟିସ୍‌ ନୀତିନ ଜମାଦାର ଓ ଗୌରୀ ଗଡ଼ସେଙ୍କ ଖଣ୍ଡପୀଠ ଅଭିନେତ୍ରୀ ନିଜେ ନାଁରେ ପିଟିଶନ୍‌ ଦାଏର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଟ୍ରାଇ-ପାର୍ଟି ଏଗ୍ରିମେଣ୍ଟ ଜରିଆରେ ଅନୁଷ୍କା ଫିଲ୍ମ ଏବଂ ଆଓ୍ବାର୍ଡ ସେରେମନିରେ ପରଫମ କରିଥିବା ପିଟିଶନ୍‌ରେ କହିଛନ୍ତି। କିନ୍ତୁ ଆଇଟି ପକ୍ଷରୁ ଜରି ନୋଟିସ ଅନୁସାରେ ଅନୁଷ୍କା ପ୍ରଡକ୍ସ ଏଣ୍ଡୋର୍ସମେଣ୍ଟ ଓ ଆଓ୍ବାର ଫଙ୍କଶନ୍‌ରେ ଉପସ୍ଥିତ ଥିବା କୁହାଯାଇଛି।

Share