କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିବେ ଅନୁଷ୍କା!

ମୁମ୍ବାଇ: ଆଜିକାଲି ଅନୁଷ୍କା ଶର୍ମା ଚର୍ଚ୍ଚାରେ ରହୁଛନ୍ତି। କେତେବେଳେ କ୍ରିକେଟର ସ୍ବାମୀ ବିରାଟଙ୍କ ସହ ଫଟୋ ଶେୟାର କରି ତ ଆଉ କେତେବେଳେ ଅନ୍ୟ କିଛି କାରଣକୁ ନେଇ। ଆଜିକାଲି ଅଭିନେତ୍ରୀ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଶୁଣିବାକୁ ମିଳୁଛି ଅନୁଷ୍କା କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୩ରେ ଡେବ୍ୟୁ କରିବେ। ଏହି କାର୍ଯ୍ୟକ୍ରମରେ ଅନୁଷ୍କା ଯୋଗଦେବେ। ଯେଉଁଥିରେ ବିଶ୍ୱର ଅନେକ ମହିଳାଙ୍କୁ ସମ୍ମାନିତ କରାଯିବ।

ନିକଟରେ ଆଲିଆ ଭଟ୍ଟ ମେଟ୍‌ ଗାଲା୨୦୨୩ରେ ଡେବ୍ୟୁ କରିବା ବିଷୟରେ ଚର୍ଚ୍ଚା ହୋଇଥିଲା। ବର୍ତ୍ତମାନ ଅନୁଷ୍କାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ ଇମାନୁଏଲ ଲେନେନ ବିରାଟ କୋହଲି ଏବଂ ଅନୁଷ୍କାଙ୍କ ସହ ଟୁଇଟରରେ ଏକ ଫଟୋ ଶେୟାର କରି ଅନୁଷ୍କା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦେଖାଯିବେ। ଫ୍ରାନ୍ସ ରାଷ୍ଟ୍ରଦୂତ ଲେଖିଛନ୍ତି, ‘ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ଭେଟିବା ଏକ ଆନନ୍ଦଦାୟକ ଘଟଣା। ମୁଁ ଆଗାମୀ ଟୁର୍ନାମେଣ୍ଟ ପାଇଁ ବିରାଟ ଏବଂ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଉଛି ଏବଂ ଅନୁଷ୍କାଙ୍କ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ବିଷୟରେ ଆଲୋଚନା କରିଛି। ତେବେ ଏଥିରୁ ଜଣାପଡୁଛି ଯେ, ଅନୁଷ୍କା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇପାରନ୍ତି।

Share