ପୁଣି ପରଦାକୁ ଫେରିବେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କର ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ୨୦୨୨ରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନୁଷ୍କା ପୁଣି ଫେରିବେ। ନିକଟରେ ଅନୁଷ୍କା ୩ ପ୍ରୋଜେକ୍ଟରେ ସାଇନ୍‌ କରିବାକୁ ଯାଉଛନ୍ତି। ସେଥିମଧ୍ୟରୁ ଦୁଇଟି ସିନେମା ହଲ୍‌ରେ ଏବଂ ଅନ୍ୟଟି ହେଉଛି ଓଟିଟି ପ୍ଲାର୍ଟଫର୍ମରେ ରିଲିଜ୍‌ ହେବା ନେଇ କୁହାଯାଉଛି। ଯାହା ଭାରତର ଯେକୌଣସି ଡିଜିଟାଲ ପ୍ଲାଟଫର୍ମ ପାଇଁ ଶୁଟ୍‌ ହୋଇଥିବା ସବୁଠୁ ବଡ ଫିଲ୍ମ ବୋଲି କୁହାଯାଉଛି । ଅନୁଷ୍କା ଶର୍ମାଙ୍କୁ ଶାହରୁଖ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ସହ ଫିଲ୍ମ ଜିରୋରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା।

Share