ଅନୁଷ୍କାଙ୍କ ବଡିଗାର୍ଡ ନିଅନ୍ତି ଏତିକି ଟଙ୍କା ଦରମା, ଜାଣିଲେ…

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ସେମାନଙ୍କ ସୁରକ୍ଷା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରନ୍ତି। ଅଧିକାଂଶ ସେଲିବ୍ରିଟିଙ୍କ ପର୍ସନାଲ ବଡିଗାର୍ଡ ବି ଅଛନ୍ତି। ଯିଏକି ବର୍ଷ ବର୍ଷ ଧରି ଅଭିନେତ୍ରୀ, ଅଭିନେତାଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି। ଠିକ୍‌ ସେମିତି ପ୍ରସିଦ୍ଧ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବଡିଗାର୍ଡ ସୋନୁ ଓରଫ ପ୍ରକାଶ ସିଂ(ଛଦ୍ମନାମ) ରହିଛନ୍ତି। ସର୍ବସାଧାରଣ ସ୍ଥାନରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ ସୋନୁ ପ୍ରତି ମୁହୂର୍ତ୍ତରେ ଅନୁଷ୍କାଙ୍କ ସହିତ ରହିଥାନ୍ତି। ଏହାର ପ୍ରତିବଦଳରେ ଅନୁଷ୍କା ସୋନୁଙ୍କୁ ବହୁତ ଦରମା ଦିଅନ୍ତି। ସୋନୁଙ୍କ ଦରମା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ଅନୁଷ୍କା ବିରାଟଙ୍କୁ ବିବାହ କରିବା ପୂର୍ବରୁ ବି ସୋନୁ ଅନୁଷ୍କାଙ୍କ ବଡିଗାର୍ଡ ଥିଲେ। ବିବାହ ପରେ ସୋନୁ ଅନୁଷ୍କା ଏବଂ ବିରାଟଙ୍କ ଯତ୍ନ ନେଉଛନ୍ତି। ଅନୁଷ୍କା ଗର୍ଭବତୀ ଥିବା ବେଳେ ସୋନୁ ତାଙ୍କର ବିଶେଷ ଯତ୍ନ ନେଉଥିଲେ। ବିରାଟଙ୍କର ନିଜର ବଡିଗାର୍ଡ ଅଛନ୍ତି ତଥାପି ସୋନୁ ବିରାଟଙ୍କ ବିଶେଷ ଯତ୍ନ ନିଅନ୍ତି। ଏହାର ପ୍ରତିବଦଳରେ ଏହି କପଲ ସେମାନଙ୍କ ବଡିଗାର୍ଡଙ୍କୁ ବିପୁଳ ପରିମାଣର ଟଙ୍କା ଦରମା ଆକାରରେ ଦେଇଥାନ୍ତି। ଏକ ରିପୋର୍ଟ ଅନୁଯାୟୀ, ସୋନୁଙ୍କ ଦରମା ପ୍ୟାକେଜ ହେଉଛି ୧.୨ କୋଟି ଟଙ୍କା। ଏପରିକି ଅନେକ କମ୍ପାନୀର ସିଇଓମାନେ ମଧ୍ୟ ଏତେ ଟଙ୍କା ଦରମା ପାଉନାହାନ୍ତି।

Share