କନଫର୍ମ ହେଲା ଅନୁଷ୍କାଙ୍କ ପ୍ରେଗ୍ନେସି!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କର ଦ୍ୱିତୀୟ ଗର୍ଭଧାରଣକୁ ନେଇ କିଛି ଦିନ ହେବ ଚର୍ଚ୍ଚାରେ ରହୁଛନ୍ତି। ଏହି ଖବର ମଧ୍ୟରେ ଅନୁଷ୍କା ମଧ୍ୟ ଲାଇମଲାଇଟ ଠାରୁ ଦୂରେଇ ରହୁଥିବା ନଜର ଆସୁଛି। ନିକଟରେ ତାଙ୍କୁ ବାଙ୍ଗାଲୋରରେ ସ୍ବାମୀ ବିରାଟ କୋହଲିଙ୍କ ସହ ଦେଖିବାକୁ ମିଳିଥିଲା। ଏହି ସମୟରେ ଲୋକଙ୍କ ଆଖି ଅଭିନେତ୍ରୀଙ୍କ ବେବି ବମ୍ପ ଉପରେ ପଡିଥିଲା।

ସୂଚନାଯୋଗ୍ୟ, ଅନୁଷ୍କା ଶର୍ମା ତାଙ୍କ କ୍ରିକେଟର ସ୍ବାମୀ ବିରାଟ କୋହଲିଙ୍କୁ ଚିୟର-ଅପ କରିବା ପାଇଁ ବେଙ୍ଗାଲୁରୁ ଯାଇଛନ୍ତି। ଦୀପାବଳୀ ଅର୍ଥାତ୍‌ ୧୨ ନଭେମ୍ବରରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ନେଦରଲ୍ୟାଣ୍ଡ ସହିତ ଭାରତୀୟ କ୍ରିକେଟ ଦଳର ଏକ ବିଶ୍ୱକପ ମ୍ୟାଚ ରହିଛି। ମ୍ୟାଚ ପୂର୍ବରୁ ଏହି ଦମ୍ପତି ଏକାଠି ବୁଲୁଥିବାର ନଜର ଆସିଥିଲେ, ଯାହା ପରେ ସେମାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି।
ଏହି ଦମ୍ପତି ହାତ ଧରି ଚାଲୁଥିବାର ନଜର ଆସିଥିଲେ
ନିକଟରେ ଏମାନେ ବେଙ୍ଗାଲୁରୁର ଏକ ହୋଟେଲରେ ଏକାଠି ନଜର ଆସିଥିଲେ। ଏହି ସମୟରେ ଅଭିନେତ୍ରୀଙ୍କ ବେବି ବମ୍ପ ଉପରେ ସମସ୍ତଙ୍କ ଆଖି ପଡିଯାଇଥିଲା। ଭିଡିଓର କିଛି ସେକେଣ୍ଡରେ ଲୋକମାନେ ଏହାକୁ ଲକ୍ଷ୍ୟ କରିଥିଲେ। ସେ ପିନ୍ଧିଥିବା ସର୍ଟ ଡ୍ରେସରେ ଏହା ସ୍ପଷ୍ଟ ବାରି ହୋଇ ପଡୁଥିଲା ବୋଲି ଆଲୋଚନା ହେଉଛି।
ଇନଷ୍ଟାଣ୍ଟ ବଲିଉଡ ଦ୍ୱାରା ଏହି ଭିଡିଓ ଶେୟାର କରାଯାଇଥିବା ବେଳେ କ୍ୟାପସନରେ ଲେଖାଯାଇଛି, ଖୁବଶୀଘ୍ର ଖୁସି ଖବର ଆସିବ। ଆମେ ବିରୁଷ୍କାଙ୍କ ପରିବାରରେ ନୂଆ ସଦସ୍ୟଙ୍କୁ ସ୍ବାଗତ କରିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛୁ।

Share