ଅଭିନେତ୍ରୀ ତନୁଶ୍ରୀ ଦତ୍ତ ୨୦୧୮ରେ ସୋସିଆଲ ମିଡିଆରେ ମିଟୁ ହ୍ୟାସଟ୍ୟାଗ ଆରମ୍ଭ କରି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରଦେଇଥିଲେ। ଯେଉଁଥିରେ ସେ ବଡ଼ ଖୁଲାସା କରିଥିଲେ। ସେବେଠାରୁ କ୍ରମାଗତ ଭାବରେ ତନୁଶ୍ରୀ ତାଙ୍କ ପୋଷ୍ଟ ଏବଂ ସାକ୍ଷାତକାର ମାଧ୍ୟମରେ ବଲିଉଡ ମାଫିଆ ଉପରେ କଥା ହୋଇଆସୁଛନ୍ତି। ଏଥି ସହିତ, ବର୍ତ୍ତମାନ ତାଙ୍କ ପୋଷ୍ଟ ବଲିଉଡର କରିଡରରେ ଚହଳ ପକାଇ ଦେଇଛି। ସେ ଇନଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟ ସେଶାର କରିଛନ୍ତି, ଯେଉଁଥିରେ ସେ ଅଭିଯୋଗ କରିଛନ୍ତି, ଅନେକ ଲୋକ ତାଙ୍କୁ ଟାର୍ଗେଟ କରୁଛନ୍ତି।
ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ଶେୟାର ସେ ଏକ ଲମ୍ବା କ୍ୟାପଶନ ଲେଖିଛନ୍ତ। ଯେଉଁଥିରେ ସେ ମିଟୁ, ନାନା ପାଟେକର ଠାରୁ ସୁଶାନ୍ତ ସିଂ ରାଜପୁତଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ଅଭିନେତ୍ରୀ ଲେଖିଛନ୍ତି, ‘ଯଦି ମୋ ସହିତ କୌଣସି ଅଘଟଣ ଘଟେ, ତେବେ ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ #ମିଟୁ ଅଭିଯୁକ୍ତ ନାନା ପାଟେକର, ତାଙ୍କ ଓକିଲ, ସହଯୋଗୀ ଏବଂ ତାଙ୍କ ବଲିଉଡ ମାଫିଆ ସାଙ୍ଗମାନେ ଦାୟୀ! ବଲିଉଡ ମାଫିଆ କିଏ? ସେହି ସମାନ ବ୍ୟକ୍ତିଙ୍କ ନାମ ଏସ୍ଏସ୍ଆର ମୃତ୍ୟୁ ମାମଲାରେ ବାରମ୍ବାର ସାମ୍ନାକୁ ଆସିଥିଲା । (ଧ୍ୟାନ ଦିଅନ୍ତୁ ଯେ ସମସ୍ତଙ୍କର ସମାନ ଅପରାଧୀ ଓକିଲ ଅଛନ୍ତି) । ଏହା ସହ ସେ ଅନେକ କିଛି ମଧ୍ୟ ଲେଖିଛନ୍ତି। ଯେଉଁଥିରେ ସେ ତାଙ୍କ ଫିଲ୍ମ ନ ଦେଖିବା ପାଇଁ ମଧ୍ୟ କହିଛନ୍ତି।