ବିରାଟ-ଅନୁଷ୍କା ଝିଅର ନାମ କ’ଣ ରଖିଲେ ଜାଣନ୍ତୁ…

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସୋମବାର ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନର ଜନନୀ ହୋଇଛନ୍ତି। ଅନୁଷ୍କା ଏବଂ ଝିଅ ଉଭୟ ଭଲରେ ଥିବା ବିରାଟ କହିଛନ୍ତି। ବିରାଟ ସୋସିଆଲ ମିଡିଆରେ ଏକ ନୋଟ୍‌ ଲୋଖି ନିଜ ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି। ତେବେ ବିରାଟଙ୍କ ଏହି ଟୁଇଟ୍‌ ପରେ ବିରୁଷ୍କା ଝିଅର ନାମ କ’ଣ ରଖିଲେ ତାହା ଜାଣିବା ପାଇଁ ପ୍ରଶଂସକଙ୍କମାନେ ଚାହିଁ ବସିଛନ୍ତି। ଏପରିକି ଅଧିକାଂଶ ପ୍ରଶଂସକ ତାଙ୍କୁ ଝିଅର ନାମ ସଜେଷ୍ଟ ମଧ୍ୟ କରିଛନ୍ତି। ତେବେ ବିରୁଷ୍କା ଝିଅର ନାମ ଫାଇନାଲ କରିସାରିଛନ୍ତି। ଏ ନେଇ ଅଫିସିଆଲି କିଛି ଘୋଷଣା କରାଯାଇ ନାହିଁ।
ମିଡିଆ ରିପୋର୍ଟ ଅନୁଯାୟୀ, ବିରାଟ ଏବଂ ଅନୁଷ୍କା ଝିଅର ନାମ ଅନ୍‌ଭି ରଖିଛନ୍ତି। ଏହି ନାମ ଅନୁଷ୍କାଙ୍କ ପ୍ରଥମ ଅକ୍ଷର ଏଏନ୍‌ ଏବଂ ବିରାଟଙ୍କ ଭିଆଇକୁ ମିଶାଇ ରଖାଯାଇଛି। ଅନ୍‌ଭି ହିନ୍ଦୁ ଧର୍ମର ଏକ ଦେବୀଙ୍କ ନାମ। ଦେଶର ଅନେକ ସ୍ଥାନରେ ମା’ ଲକ୍ଷ୍ମୀ ଅନ୍‌ଭି ନାମରେ ପରିଚିତ। ଅନ୍‌ଭିକୁ ଜଙ୍ଗଲର ଦେବୀ ମଧ୍ୟ କୁହାଯାଏ।
ସୂଚନାଯୋଗ୍ୟ, କୋହଲି ଏବଂ ଅନୁଷ୍କା ୨୦୧୭ ଡିସେମ୍ବର ୧୧ରେ ଇଟାଲୀରେ ବିବାହ କରିଥିଲେ। ଗତ ଅଗଷ୍ଟରେ ଉଭୟ ମାତାପିତା ହେବା ନେଇ ସୋସିଆଲ ମିଡିଆରେ ଘୋଷଣା କରିଥିଲେ। ଅନୁଷ୍କାଙ୍କୁ ସମୟ ଦେବା ପାଇଁ ବିରାଟ ଅଷ୍ଟ୍ରେଲିଆ ଗସ୍ତରୁ ଅଧାରୁ ପଳାଇ ଆସିଥିଲେ।