ରଣବୀରଙ୍କ ଠିକଣାରେ ପହଞ୍ଚୁଛି ପ୍ରେମପତ୍ର

ବମ୍ବେ: ନିକଟରେ ରିଲିଜ ହୋଇଥିଲା ଫିଲ୍ମ ‘ରକି ଔର ରାନୀ କି ପ୍ରେମକାହାନୀ’। ଏଥିରେ ରକି ରାନ୍ଧଓ୍ବା ଭୂମିକାରେ ନଜର ଆସିଥିଲେ ଅଭିନେତା ରଣବୀର ସିଂହ। ଅଭିନେତା ଭାବେ ସେ ଚରିତ୍ରଟିକୁ ଏତେ ଜୀବନ୍ତ କରିଛନ୍ତି ଯେ ସମସ୍ତେ ତାଙ୍କ ପ୍ରଶଂସାରେ ଶତମୁଖ ହେଉଛନ୍ତି। କେବଳ ଏତିକି ନୁହେଁ ଫିଲ୍ମ ରିଲିଜ ପରଠାରୁ ତାଙ୍କ ନାମରେ ଶହ ଶହ ପ୍ରେମପତ୍ର ଆସୁଛି।

ସୋସିଆଲ ମିଡିଆରେ ରଣବୀର ‘ଆସ୍କ ମି ଏନିଥିଙ୍ଗ’ ସେସନ ରଖିଥିଲେ। ଏଥିରେ ପ୍ରଶଂସକ ତାଙ୍କୁ ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି କର୍ମଜୀବନ ବିଷୟରେ ପଚାରିଥିଲେ। ଏହି ସମୟରେ ଜଣେ ପ୍ରଶଂସକ ତାଙ୍କୁ ସବୁଠାରୁ ବଡ ପ୍ରଶଂସା କାହାଠୁ ମିଳିଛି ବୋଲି ପଚାରିଥିଲେ। ଏହାର ଜବାବ ଦେଇ ରଣବୀର କହିଥିଲେ, ବହୁତ ଜଣ କରିଛନ୍ତି। ରକି ପାଇଁ ବହୁତ ଭଲପାଇବା ମିଳୁଛି, ମୁଁ ଅଭିଭୂତ ହୋଇଛି। ମୋତେ ଲମ୍ବା ପ୍ରେମପତ୍ର ମିଳୁଛି।

Share