ସମୁଦ୍ର କୂଳରେ ରୋମାଣ୍ଟିକ୍‌ ହେଲେ ଦୀପ୍‌ବୀର

ବଲିଉଡ୍‌ର ସୁନ୍ଦର ଯୋଡିଙ୍କ ମଧ୍ୟରୁ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଅନ୍ୟତମ। ଦୁହେଁ ଅନସ୍କ୍ରିନରେ ଅନେକ ଥର ରୋମାନ୍ସ କରୁଥିବା ଦେଖିବାକୁ ମିଳିଛି। ପ୍ରଶଂସକମାନେ ସେମାନଙ୍କ କେମେଷ୍ଟ୍ରିକୁ ଖୁବ୍‌ ପସନ୍ଦ କରନ୍ତି। ରଣବୀର ରିଅଲ ଲାଇଫରେ ସ୍ତ୍ରୀ ଦୀପିକାଙ୍କ ପ୍ରତି ଥିବା ପ୍ରେମକୁ ମଧ୍ୟ ପ୍ରକାଶ କରନ୍ତି। ବର୍ତ୍ତମାନ ସେ ସୋସିଆଲ ମିଡିଆରେ ନିଜର ଏବଂ ଦୀପିକାଙ୍କ ଏକ ରୋମାଣ୍ଟିକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ଉଭୟ ପରସ୍ପରକୁ ଚୁମ୍ବନ ଦେଉଥିବା ନଜର ଆସିଛନ୍ତି । ଏହି ଫଟୋ ଦେଖିବା ପରେ ପ୍ରଶଂସକଙ୍କ ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି। ନିଜେ ରଣବୀର ଏବଂ ଦୀପିକା ଶେୟାର କରିଥିବା ଫଟୋରେ ସେ ସମୁଦ୍ର କୂଳରେ ଏକ ରୋମାଣ୍ଟିକ ଶୈଳୀରେ ନଜର ଆସିଛନ୍ତି । କେତେକ ପ୍ରଶଂସକ ଏହି ଫଟୋକୁ ବହୁତ ପସନ୍ଦ କରୁଥିବାବେଳେ କେତେ ଜଣ ଏହାକୁ ପସନ୍ଦ କରି ନାହାନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ଦୁଇ ଜଣଙ୍କୁ କ’ଣ ଘରେ ଜାଗା ମିଳିଲା ନାହିଁକି।

Share