କ୍ୱାଲାଲାମ୍ପପୁର,୨୪।୧୧: ମାଲେସିଆର ନୂତନ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି ଅନୱର ଇବ୍ରାହିମ। ଦେଶର ନଅ ରାଜ୍ୟର ରାଜାମାନଙ୍କ ସହିତ ଏକ ସ୍ବତନ୍ତ୍ର ବୈଠକ ପରେ ଇବ୍ରାହିମଙ୍କ ନିଯୁକ୍ତି ସ୍ଥିର ହୋଇଥିଲା। ମାଲେସିଆର ସୁଲତାନ ଅବଦୁଲ୍ଲା ଅହମ୍ମଦ ଶାହା ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ନାଁ ଘୋଷଣା କରିଥିଲେ। ଏହାପରେ ସେ ଦେଶର ଦଶମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଇବ୍ରାହିମଙ୍କ ନିଯୁକ୍ତି ପରେ ମାଲେସିଆରେ ସୃଷ୍ଟି ହୋଇଥିବା ରାଜନୈତିକ ଅନିଶ୍ଚିତତା ଶେଷ ହୋଇଛି।
ଅନୱର ଇବ୍ରାହିମ ଜଣେ ସୁଧାରବାଦୀ ବିରୋଧୀ ନେତା। ନିକଟରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଅନୱରଙ୍କ ନେତୃତ୍ୱରେ ପାକତନ ହରପନ ମିଳିତ ମେଣ୍ଟ ସର୍ବାଧିକ ୮୨ଟି ଆସନ ଜିତିଥିଲା।