ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଅନୱର-ଉଲ-ହକ

ଇସଲାମାବାଦ,୧୪।୮: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର ସିନେଟର ଅନୱର-ଉଲ-ହକ କକରଙ୍କୁ ଆସନ୍ତା ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଦେଶର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି। ଏଭଳି ପରିସ୍ଥିତିରେ ସେ ସୋମବାର ପାକିସ୍ତାନର ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଏବଂ ପୂର୍ବତନ କ୍ୟାବିନେଟ ସଦସ୍ୟଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଆରିଫ ଅଲବି କାକରଙ୍କୁ ଶପଥ ପାଠ କରାଇଛନ୍ତି। ଏହି ଅବସରରେ ସେନାଧ୍ୟକ୍ଷ ଜେନେରାଲ ଅସୀମ ମୁନିର, ଯୁଗ୍ମ ମୁଖ୍ୟ ଷ୍ଟାଫ କମିଟିର ଅଧ୍ୟକ୍ଷ ଜେନେରାଲ ସାହିର ଶ୍ୟାମଶାଦ ମିର୍ଜା, ସିନେଟ ଅଧ୍ୟକ୍ଷ ସାଦିକ ସଞ୍ଜରାନୀ ଏବଂ ଅନ୍ୟ ଉଚ୍ଚ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

 

Share