Categories: ଫୁରସତ

ଛୋଟ ରୋଡରେ ଡ୍ରାଇଭିଂବେଳେ ଲୋକ ଅଧିକ ନର୍ଭସ

ଟେନଶନରେ ରହି ଗାଡି ଚଳାଉଛନ୍ତି କି! ଏହା ଦ୍ୱାରା ଆପଣଙ୍କର ଡ୍ରାଇଭିଂ ଉପରେ ପ୍ରଭାବ ପଡିପାରେ। ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ନର୍ଭସ ହେବା ଦ୍ୱାରା ଡ୍ରାଇଭିଂ ଉପରେ ପ୍ରଭାବ ପଡିଥାଏ। ଅନେକ ଲୋକ ଏପରିକି କହିଛନ୍ତି ଯେ ଚିନ୍ତାଗ୍ରସ୍ତ ରହିବାବେଳେ ସେମାନେ ଗାଡି ଚଳାଇବା ଠାରୁ ଦୂରେଇ ରୁହନ୍ତି। ଏକ ସର୍ଭେରୁ ଜଣାପଡିଛି କି, ଛୋଟ ରାସ୍ତାରେ ଏବଂ ସହର ଭିତରେ ଗାଡି ଚଳାଉଥିବା ଲୋକମାନେ ନର୍ଭସ ଅନୁଭବ କରନ୍ତି।
ବ୍ରିଟେନର ଡ୍ରାଇଭର ଏବଂ ପରିବହନ ଲାଇସେନ୍ସ ଏଜେନ୍ସିର ତଥ୍ୟକୁ ଆଧାର କରି ପ୍ରାୟ ୧୪୧୪ ଜଣଙ୍କ ଉପରେ ଅନୁସନ୍ଧାନ କରାଯାଇଥିଲା। ଏଥିରୁ ଜଣାପଡିଥିଲା କି, ଗାଡି ଚଳାଇବା ସମୟରେ ଏକ ତୃତୀୟାଂଶ ଲୋକଙ୍କୁ ହୃତସ୍ପନ୍ଦନ ବଢିବା, ଚିନ୍ତାଗ୍ରସ୍ତ ହେବା ଏବଂ ଝାଳ ବୋହିବା ପରି ଅନୁଭବ ହୋଇଥାଏ। ପ୍ରାୟ ୨ପ୍ରତିାତ ଲୋକ କୁହନ୍ତି ଯେ, ଛୋଟ ରାସ୍ତାରେ ଗାଡି ଚଳାଇବାବେଳେ ସେମାନଙ୍କୁ ଛାତିରେ ପ୍ରବଳ ଯନ୍ତ୍ରଣା ଏବଂ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ।

Share