କଲେଜ, ବିଶ୍ୱବିଦ୍ୟାଳୟ ଖାଲି ପଦବୀକୁ ନେଇ ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର,୨୮ା୯(ଅନିଲ ଦାସ)ରାଜ୍ୟର ବିଶ୍ୱବିଦ୍ୟାଳୟ, ବିଇଡି କଲେଜଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଓ ବେସରକାରୀ କଲେଜରେ ବହୁ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲିପଡ଼ିଛି। ସରକାର ଏଥିପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି। କେବିକେ ଜିଲାରେ ଅବସ୍ଥା ଆହୁରି ଖରାପ। ଶିକ୍ଷକ ଓ ଅଣଶିକ୍ଷକ ଖାଲି ପଦବୀକୁ ନେଇ ବିରୋଧୀ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଅଡୁଆରେ ପକାଇଥିଲେ। ବୁଧବାର ପ୍ରଶ୍ନକାଳରେ ବିଧାନସଭାରେ ୯୨ ନମ୍ବର ପ୍ରଶ୍ନର ମୂଳ ପ୍ରଶ୍ନକର୍ତ୍ତା କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ପଚାରିଥିଲେ ଯେ ରାଜ୍ୟରେ କେତେ ସରକାରୀ, ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ରହିଛି। ସେଥିରେ ମଞ୍ଜୁରୀପ୍ରାପ୍ତ ପଦବୀ କେତେ ଓ କେତେ ପଦବୀ ଖାଲି ପଡ଼ିଛି। ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ରାଜ୍ୟରେ ମୋଟ ୪୮ଟି ସରକାରୀ ଡିଗ୍ରୀ କଲେଜ, ୧୬ଟି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଏବଂ ୨୯୮ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ରହିଛି। ସରକାରୀ କଲେଜରେ ମୋଟ ୨୩୭୩ ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି। ସେଥିରୁ ୩୮୫ ପଦବୀ ଖାଲି ପଡ଼ିଛି। ସେହିପରି ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ମୋଟ ୭୧୧୦ ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି। ସେଥିରୁ ୧୦୬୫ ପଦବୀ ଖାଲି ପଡିଛି। ୧୦୬୫ ଅଧ୍ୟାପକ ପଦବୀ ପୂରଣ ପାଇଁ ସରକାର ଏସ୍‌ଏସ୍‌ବି ଦ୍ୱାରା ବିଜ୍ଞାପନ ପ୍ରକାଶ କରିଛନ୍ତି। ତାରା ଅଭିଯୋଗ କରିଥିଲେ ଯେ କୋରାପୁଟରେ ଥିବା ବିଇଡି କଲେଜ ଗତ ୩ ବର୍ଷ ହେବ ବନ୍ଦ ହୋଇ ପଡ଼ିଛି। ବିକ୍ରମ ଦେବ କଲେଜରେ ବହୁ ପଦବୀ ଖାଲି ରହିଛି। ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। କଂଗ୍ରେସ ସଭ୍ୟ ନରସିଂହ ମିଶ୍ର କହିଲେ, ବଲାଙ୍ଗୀର ଜିଲାରେ ଥିବା ରାଜେନ୍ଦ୍ର କଲେଜରେ ୧୨୮ ଅଧ୍ୟାପକ ପଦବୀରୁ ୧୦୮ ଖାଲି ପଡ଼ିଛି। ସେହିପରି ୧୫୮ଟି ଅଣଶିକ୍ଷକ ପଦବୀରୁ ୧୪୫ଟି ପଦବୀ ଖାଲିପଡ଼ିଛି।
ସରକାର ସେହିସବୁ କଲେଜ ବନ୍ଦ କରି ଦିଅନ୍ତୁ ନଚେତ୍‌ ଖାଲି ପଦବୀ ପୂରଣ କରନ୍ତୁ । ମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ବିଶ୍ୱବିଦ୍ୟାଳୟରେ ଆଇନଗତ ସମସ୍ୟା ଯୋଗୁ ନିଯୁକ୍ତି ହୋଇପାରୁ ନାହିଁ। ଯେଉଁଠି ଆବଶ୍ୟକ ହେଉଛି ସେଠାରେ ଗେଷ୍ଟ ଫାକ୍‌ଲଟି ନିଯୁକ୍ତି ଦିଆଯାଉଛି। ଆଇନଗତ ପ୍ରତିବନ୍ଧକ ହଟାଇବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ୧ ହଜାର ଅଧ୍ୟାପକ ପଦବୀ ପୂରଣ ହୋଇଛି । ଆହୁରି ୧୦୬୫ ଅଧ୍ୟାପକ ପଦବୀ ପୂରଣ ପାଇଁ ବିଜ୍ଞାପନ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ, ପୂର୍ତ୍ତମନ୍ତ୍ରୀଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ

ବିରୋଧୀ ଦଳ ବୁଧବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏବଂ ପୂର୍ତ୍ତମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ ଏହି ନୋଟିସ ଦେଇଛନ୍ତି। ବିଧାନସଭା ଶୂନ୍ୟକାଳରେ ମୋହନ ସ୍ବାଧିକାର ଭଙ୍ଗ ପ୍ରସଙ୍ଗ ଉଠାଇ କହିଥିଲେ, ବିରୋଧୀ ଦଳ କିଛି ବିବୃତି ମାଗି ନ ଥିବା ବେଳେ ମୁଖ୍ୟମନ୍ତ୍ରୀ ଗତ ୨୫ ତାରିଖରେ ନିଜଆଡୁ ଗୃହରେ ବିବୃତି ରଖିଥିଲେ। ପୂର୍ବରୁ ଗୃହରେ କୌଣସି ବିଷୟରେ ବିରୋଧୀ ଦଳ ବିବୃତି ଦାବି କଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଦେଇ ନ ଥାଆନ୍ତି। ୫-ଟି ସଚିବଙ୍କୁ ସୁରକ୍ଷା ଦେବା ପାଇଁ ମୁଖ୍ୟମନ୍ତ୍ରୀ ବିବୃତି ରଖିଥିଲେ। ଜନସାଧାରଣ ଖୁସି, ଜନପ୍ରତିନିଧି ଖୁସି। ବିରୋଧୀ ଦଳ ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧ କରୁଛନ୍ତି। ବିରୋଧୀମାନଙ୍କୁ ମୁଖ୍ୟମନ୍ତ୍ରୀ ଜନବିରୋଧୀ ବୋଲି କହିଥିଲେ। ଆମେ ଜନପ୍ରତିନିଧିମାନେ ଲକ୍ଷାଧିକ ଭୋଟ ପାଇ ବିଧାନସଭା ଆସିଛୁ। ଆମେ ଲୋକମାନଙ୍କର କାମ କରୁଛୁ। କିଏ ଜନବିରୋଧୀ ବୋଲି ମୋହନ ପ୍ରଶ୍ନ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ଏବଂ ଏହି ଶବ୍ଦକୁ ବିଧାନସଭା ବିବରଣୀରୁ ବାଦ୍‌ ଦିଆଯାଉ ବୋଲି ସେ ଦାବି କରିଛନ୍ତି।
ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଛନ୍ତି। ପୂର୍ତ୍ତ ବିଭାଗ ତଥ୍ୟରେ ବହୁ ଅସତ୍ୟ ତଥ୍ୟ ରହୁଥିବାବେଳେ ଖାମଖିଆଲି ଭାବେ ଉତ୍ତର ଦିଆଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି। ବିଭାଗୀୟ ମନ୍ତ୍ରୀଙ୍କ ଖାମଖିଆଲି ଉତ୍ତରକୁ ନେଇ ସେ ସ୍ବାଧିକାର ଭଙ୍ଗ ନୋଟିସ ଆଣି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିପାଇଁ ପ୍ରିଭିଲେଜ କମିଟି ଗଠନ କରାଯାଉ ବୋଲି ସେ ଦାବି କରିଛନ୍ତି। ଏହାର ବିଚାର କରାଯିବ ବୋଲି ବାଚସ୍ପତି କହିଛନ୍ତି। ଏହା ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ କହିବାକୁ ବାଚସ୍ପତିି ସୁଯୋଗ ନ ଦେବାରୁ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ବିରୋଧୀଙ୍କ ହୋହଲ୍ଲାକୁ ଦେଖି ବାଚସ୍ପତି ଗୃହକୁ ପୂର୍ବାହ୍ନ ୧୧ଟା ୪୨ରୁ ୧୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ମଧ୍ୟାହ୍ନ ୧୨ଟାରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିରୋଧୀ ଦଳ ସମାନ ଅଭିଯୋଗ ଆଣି ପୁଣି ଗୃହରେ ହଟ୍ଟଗୋଳ କରିଥିଲେ। ବାଚସ୍ପତି ବାଧ୍ୟ ହୋଇ ଗୃହକୁ ୧୨ଟା ୪ ମିନିଟରୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନରେ ମଧ୍ୟ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇପାରି ନ ଥିଲା। ଉଭୟ କଂଗ୍ରେସ ଓ ଭାଜପା ନିଜ ନିଜ ପ୍ରସଙ୍ଗକୁ ନେଇ ପୁଣି ହଟ୍ଟଗୋଳ କରିଥିଲେ। ବିରୋଧୀ ନିଜ ଜିଦ୍‌ରେ ଅଟଳ ରହିଥିଲେ। ବାଚସ୍ପତି ବାଧ୍ୟ ହୋଇ ବିଭିନ୍ନ ସମୟରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଗୃହକୁ ସ୍ବାଭାବିକ କରିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ତାହା ଫେଲ୍‌ ମାରିଥିଲା। ଅପରାହ୍ନ ୫ଟା ୧୭ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗୃହ କାର୍ଯ୍ୟରେ ସହଯୋଗ ନ କରି ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। କହିବାକୁ ସୁଯୋଗ ଦେଉ ନ ଥିବା ଅଭିଯୋଗ ଆଣି କଂଗ୍ରେସ ଦଳର ସଦସ୍ୟମାନେ ବିଧାନସଭା କକ୍ଷ ଛାଡ଼ି ବାହାରକୁ ଚାଲି ଯାଇଥିଲେ। ଭାଜପା ସଦସ୍ୟମାନେ ବିଧାନସଭା ବାହାରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଦୀପାଳିଙ୍କ ନାଁରେ ଏତଲା? 

କାହିଁକି ଦୀପାଳିଙ୍କ ନାରେ ଏତଲା? ଭୁବନେଶ୍ୱର,୨୨।୯: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା  ହୋଇଛି। ସମ୍ବଲପୁରସ୍ଥିତ...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

କଂଗ୍ରେସ ବିଜେଡି ମେଣ୍ଟ: ବିଜେଡିର ଚକ୍ରାନ୍ତ ଲୋକମାନେ ଜାଣନ୍ତି ଦେବାଶିଷ…

ଜାଣିଛନ୍ତଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମ୍‌ପି...

ଓଡ଼ିଶାରେ ହେବ ବିଜେଡି-କଂଗ୍ରେସ ମେଣ୍ଟ! ଭିତିରି ପ୍ଲାନ କହିଦେଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମପି...

ମଙ୍ଗଳବାର ଭୁବନେଶ୍ୱର ବନ୍ଦ, ହେବ ବଡ଼ ଆନ୍ଦୋଳନ…

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଅଦ୍ଭୁତ ମାଛ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼, କେଜି ଏତିକି ଟଙ୍କାରେ ହେଲା ବିକ୍ରି

ଭୋଗରାଇ,୨୨ା୯(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଦୀଘା ମୁହାଣରେ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛନ୍ତି ଲକ୍ଷାଧିକ ଟଙ୍କାର ତେଲିଆ ଶିଳା ମାଛ। ଦୀଘା ମୁହାଣକୁ...

‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ କ’ଣ ରହିବ ବିଜେଡିର ପକ୍ଷ? ନବୀନ କହିଲେ ସମୟ ନେବୁ…

ଭୁବନେଶ୍ୱର,୨୨।୯: ଦେଶରେ ‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ ବିତର୍କ ଆରମ୍ଭ ହୋଇଛି। ଏକକାଳୀନ ନିର୍ବାଚନକୁ ନେଇ ମୋଦି କ୍ୟାବିନେଟ ମଞ୍ଜୁରୀ ଦେବା ପରେ ଏବେ...

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଚାଲିଗଲା ଜଣଙ୍କ ଜୀବନ

ଲାଞ୍ଜିଗଡ଼,୨୨ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅନ୍ୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri