Categories: ଖେଳ

୧୦ ବର୍ଷ ହେଲା ଖେଳାଳିଙ୍କୁ ମିଳିନାହିଁ ଆଇପିଏଲ୍‌ ବକେୟା ଟଙ୍କା: ଟୁଇଟ୍‌ ଯୋଗେ ବିସିସିଆଇକୁ ପ୍ରଶ୍ନ

ଆଇପିଏଲ ଦୁନିଆର ସବୁଠୁ ବଡ କ୍ରିକେଟ ଲିଗ। ଏଠାରେ ଖେଳାଳିଙ୍କ ଉପରେ କୋଟି କୋଟି ଟଙ୍କା ନିଲାମ ରଖାଯାଉଛି। କିନ୍ତୁ ଏଠାରେ ମଧ୍ୟ ଖେଳାଳିମାନଙ୍କୁ ଦରମା ପାଇଁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡୁଛି। ଅଷ୍ଟ୍ରେଲୀୟ କ୍ରିକେଟର ବ୍ରାଡ ହଜ ଦାବି କରିଛନ୍ତି ଯେ ସେ ଏପର୍ଯ୍ୟନ୍ତ ୨୦୧୧ ଆଇପିଏଲର ବକେୟା ଦରମା ପାଇନାହାଁନ୍ତି। ସେ ଏ ସମ୍ପର୍କରେ ବିସିସିଆଇରୁ ମଧ୍ୟ ପ୍ରଶ୍ନ ପଚାରିଛନ୍ତି।
ନିକଟରେ ଟେଲିଗ୍ରାଫ୍‌ କ୍ରିକେଟ୍‌ ପକ୍ଷରୁ ଏକ ଟୁଇଟ୍‌ କରାଯାଇଥିଲା କିି ଭାରତୀୟ ମହିଳା ଖେଳାଳିମାନେ ୨୦୧୯ ଟି-୨୦ ବିଶ୍ୱକପ ପାଇଁ ପୁରସ୍କାର ରାଶି ପାଇନାହାଁନ୍ତି। ସେହି ଟୁଇଟ୍‌ରେ ବ୍ରାଡ ହଗ ଲେଖିଛନ୍ତି ଯେ, ୨୦୧୧ରେ କୋଚି ଟସ୍କର ପକ୍ଷରୁ ଖେଳିଥିବା ଖେଳାଳିମାନେ ବାକି ୩୫ ପ୍ରତିଶତ ରାଶି ପାଇ ନାହାଁନ୍ତି। ବିସିସିଆଇ ଏ ବିଷୟରେ କିଛି ସୂଚନା ଦେଇପାରିବ କି। କୋଚି ଟସ୍କର୍ସ ଦଳ ୨୦୧୧ରେ ଟି -୨୦ ଲିଗରେ ପ୍ରବେଶ କରିଥିଲା। ତେବେ ବୋର୍ଡ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ।
କରୋନା କାରଣରୁ ଆଇପିଏଲର ୨୦୨୧ ସିଜିନକୁ ସ୍ଥଗିତ ରଖାଯାଇଛି। ଏହି ସିଜିନର ୬୦ଟି ମ୍ୟାଚ ମଧ୍ୟରୁ ୨୯ଟି ଖେଳାଯାଇଛି। ୩୧ଟି ମ୍ୟାଚ ବାକି ଅଛି। ଯଦି କୌଣସି ଅବଶିଷ୍ଟ ମ୍ୟାଚ ହେବେ ନାହିଁ, ତେବେ ବିସିସିଆଇ ପ୍ରାୟ ୨୫୦୦ କୋଟି କ୍ଷତି ସହିବ।
ମହିଳା ଖେଳାଳିଙ୍କୁ ବକେୟା ଦେୟ ନ ପାଇ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟମାନେ ଏହି ସପ୍ତାହ ଶେଷ ସୁଦ୍ଧା ପୁରସ୍କାର ରାଶିର ଅଂଶ ପାଇବେ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ମୁଁ ଆଶା କରୁଛି ସେମାନେ ଶୀଘ୍ର ସେମାନଙ୍କର ଅଂଶ ପାଇବେ ।

Share