Categories: ଜାତୀୟ

ଦେଶ ବିରୋଧରେ ଭୁଲ ଖବର ପ୍ରଚାର ପ୍ରସାର କରୁଥିବା ୱେବସାଇଟ ଓ ଚ୍ୟାନେଲକୁ କରାଯିବ ବ୍ଲକ

ନୂଆଦିଲ୍ଲୀ,୨୦ ।୧: ଦେଶ ବିରୋଧି ଖବର ପ୍ରଚାର ପ୍ରସାର କରୁଥିବା ୨୦ ୟୁଟ୍ୟୁବ ଚ୍ୟାନେଲ ଓ ୨ ୱେବସାଇଟକୁ ବନ୍ଦ କରିବା ପରେ ଏବେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଦେଶ ବିରୋଧି ଖବର ପ୍ରସାରଣ କଲେ ଲଗାତାର ଭାବେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏକ ଖବରଦାତା ସମ୍ମିଳନୀରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏହି ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ, ୨୦୨୦ରେ କେନ୍ଦ୍ର ସରକାର ଦେଶ ବିରୋଧରେ ପ୍ରୋପାଗଣ୍ଡା ଚଳାଇଥିବା ୨୦ ୟୁଟ୍ୟୁବ ଚ୍ୟାନେଲ ଓ ୨ ୱେବସାଇଟକୁ ବ୍ଲକ କରିଥିଲେ ।

Share