Categories: ଜାତୀୟ

ମୋଦିଙ୍କୁ ଗାଳିଦେଲେ ଘରକୁ ଫେରିବନି: ବିରୋଧୀ ନେତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଧମକ

ମୁମ୍ବାଇ,୨୪/୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କେହି ଅପଶବ୍ଦ ବ୍ୟବହାର କଲେ, ତାଙ୍କୁ ଘରକୁ ଫେରିବାକୁ ଦିଆଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଧମକ ଦେଇଛନ୍ତି। ସିନ୍ଧୁଦୁର୍ଗରେ ବିରୋଧୀ ନେତାମାନଙ୍କ ରାଲି ପୂର୍ବରୁ ଭାଜପାର ରତ୍ନଗିରି-ସିନ୍ଧୁଦୁର୍ଗ ପ୍ରାର୍ଥୀ ଏଭଳି ଧମକ ଦେଇ ବିବାଦ ଘେରକୁ ଆସିଛନ୍ତି। ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍‌ରେ ଏବଂ ଦଳୀୟ ଏମ୍‌ପି ସଞ୍ଜୟ ରାଉତ କ’ଣ କହୁଛନ୍ତି, ତାହା ବୁଝି ନ ପାରି ମୋଦିଙ୍କୁ ସମାଲୋଚନା କରୁଛନ୍ତି। ସୂଚନାଯୋଗ୍ୟ, ଉଦ୍ଧବଙ୍କ ସହ ମତଭେଦରୁ ରାଣେ ଶିବସେନା ଛାଡ଼ି ଭାଜପାରେ ଯୋଗ ଦେଇଥିଲେ।

Share