Posted inଫୁରସତ

ଏହି ବୃଦ୍ଧଙ୍କ କେଶ ଦେଖିଲେ ଯେକେହି ବି ଆଶ୍ଚର୍ଯ୍ୟ ହେବ

ଲମ୍ବା କେଶ ରଖିବା ସବୁ ନାରୀଙ୍କ ପସନ୍ଦ ହୋଇଥାଏ। ବେଳେ ବେଳେ ଏହି ପସନ୍ଦ ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ଦେଖାଦେଇଥାଏ। ପୁରୁଷମାନେ ଲମ୍ବା ଲମ୍ବା କେଶ ରଖିବା ଏହା ଏବେ ଫ୍ୟାଶନ୍‌ ପାଲଟିଗଲାଣି। ହେଲେ ପରିଣତ ବୟସରେ ଜଣେ ବୃଦ୍ଧ ଲମ୍ବା କେଶ ରଖି ଚର୍ଚ୍ଚାକୁ ଆସିବା ସହ ସମସ୍ତଙ୍କୁ ଚକିତ କରିଛନ୍ତି। ଏହି ଦୃଶ୍ୟ ଦେଖିବାକୁ ମିଳିଛି କର୍ନାଟକ ଚିତ୍ରଦୁର୍ଗା ଜିଲାର ମୋଲାକାଲମୁରୁର ସହରରେ। ଉକ୍ତ ସହରରେ ରହୁଥିବା ୯୫ବର୍ଷୀୟ ଡୋଡାପାଲି ନାମକ ଜଣେ ବୃଦ୍ଧଙ୍କ କେଶକୁ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବ। ବର୍ତ୍ତମାନ ଲକ୍‌ଡାଉନ ସମୟରେ ଲୋକମାନେ ନିଜ କେଶ କାଟିବା ପାଇଁ ବେଶ୍‌ ଅସୁବିଧା ଭୋଗୁଛନ୍ତି। କିନ୍ତୁ ଉକ୍ତ ବୃଦ୍ଧ ଜଣଙ୍କର ଏହି ସମସ୍ୟା ଆଦୌ ନାହିଁ। କାରଣ ସେ କେବେ କେଶ କାଟନ୍ତି ନାହିଁ। ବର୍ତ୍ତମାନ ତାଙ୍କ କେଶର ଲମ୍ବ ୨୪ ଫୁଟ (୭.୩. ମିଟର)। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା ହେଲେ କଥାଟି ସତ।

କାରଣ ଡୋଡାପାଲି ତାଙ୍କ ଜୀବନରେ ଥରେ ବି କେବେ କେଶ କାଟି ନାହାନ୍ତି। ଉକ୍ତ କେଶ ତାଙ୍କ ମୁଣ୍ଡ ଉପରେ ରଖାଯାଇଥିବା ଏକ ଗଣ୍ଠିଲି ସଦୃଶ୍ୟ ଭଳି ଦେଖାଯାଏ। ଏହାକୁ ବାନ୍ଧିବା ପାଇଁ ସେ ଆଖପାଖ ଲୋକଙ୍କ ସାହାଯ୍ୟ ଲେଡିଥାନ୍ତି। ଏହି କେଶ ପାଇଁ ସେ ବହୁ ଅସୁବିଧାର ସମ୍ମୁଖୀନ ହେଲେ ମଧ୍ୟ ଏହାକୁ କାଟିବାକୁ ପସନ୍ଦ କରନ୍ତି ନାହିଁ। ସବୁଠାରୁ ବଡ଼ କଥା ହେଲା ଡୋଡାପାଲିଙ୍କ ଏହି କେଶ ପାଇଁ ସ୍ଥାନୀୟ ଅଞ୍ଚଳର ଲୋକେ ତାଙ୍କୁ ଭଗବାନଙ୍କ ଦୂତ ଭାବେ ସମ୍ମାନ ଦିଅନ୍ତି। ଡୋଡାପାଲିଙ୍କ ଲମ୍ବା କେଶ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ସରକାରଙ୍କ ଆସିଲା ବଡ଼ ଯୋଜନା: ପିଲା ଜନ୍ମ କଲେ ଛାତ୍ରୀଙ୍କୁ ମିଳିବ ଲକ୍ଷେ ରୁବଲ ପ୍ରୋତ୍ସାହନ ରାଶି

ମସ୍କୋ,୧୦ା୧: ରୁଷିଆର କରେଲିଆ ଅଞ୍ଚଳର ସ୍ଥାନୀୟ ସରକାରଙ୍କ ଦ୍ୱାରା ୨୫ ବର୍ଷରୁ କମ୍‌ ବୟସର ଛାତ୍ରୀମାନଙ୍କୁ ପିଲା ଜନ୍ମ କଲେ ୧ ଲକ୍ଷ ରୁବଲ (ପ୍ରାୟ...

କାହିଁକି ପାଳନ କରାଯାଏ ବିଶ୍ୱ ହିନ୍ଦୀ ଦିବସ, ଜାଣନ୍ତୁ ଏହା ପଛର କଥା…

ପ୍ରତିବର୍ଷ ୧୦ ଜାନୁଆରୀକୁ ସାରା ବିଶ୍ୱରେ ‘ବିଶ୍ୱ ହିନ୍ଦୀ ଦିବସ’ ଭାବରେ ପାଳନ କରାଯାଏ। କେବଳ ଭାରତ ନୁହେଁ ବରଂ ଅନେକ ଦେଶ ଏହି ଉତ୍ସବରେ...

୧୯ ବର୍ଷ ପରେ ଅଦ୍ଭୁତ ସଂଯୋଗ: ମକର ସଂକ୍ରାନ୍ତିରେ କରନ୍ତୁ ଏହି କାମ, ସୂର୍ଯ୍ୟ- ଶନିଦେବ ହେବେ ଅତ୍ୟନ୍ତ ଖୁସି

ହିନ୍ଦୁଧର୍ମରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ତ୍ୱ ରହିଛି। ସୂର୍ଯ୍ୟ ଯେତେବେଳେ ଧନୁ ରାଶି ଛାଡ଼ି ମକର ରାଶିରେ ପ୍ରବେଶ କରନ୍ତି, ସେତେବେଳେ ମକର ସଂକ୍ରାନ୍ତି...

ଏଠାରେ ଝିଅଙ୍କୁ ବିବାହ କରନ୍ତି ବାପା, ଏହି ଦେଶରେ ରହିଛି ଅଜବ ଆଇନ

ବିଶ୍ୱର ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାରର ଆଇନ ଅଛି। ପ୍ରାୟ ପ୍ରତ୍ୟେକ ବିଷୟ ପାଇଁ ଦେଶଗୁଡ଼ିକରେ ଆଇନ ତିଆରି ହୋଇଛି। ଯେମିତି ବି ଆଇନ ହେଉ,...

ଏହି ମୁସଲମାନ ଦେଶରେ ମିଳିଲା ଏଲିଏନଙ୍କ ଚିହ୍ନ! ଚମକାଇ ଦେଲା ୮୦୦୦ ବର୍ଷ ପୁରୁଣା ଖପୁରୀ

କୁଏତ ସିଟି,୯।୧: କୁଏତର ସୁବିଆ ଅଞ୍ଚଳରେ ଖନନ ସମୟରେ, ଏକ ଅନନ୍ୟ ଏବଂ ରହସ୍ୟମୟ ମାଟି ମୁଣ୍ଡ ମୂର୍ତ୍ତି ମିଳିଛି, ଯାହା ପ୍ରାୟ ୮୦୦୦ବର୍ଷ ପୁରୁଣା...

ପିଲା ପାଇଁ କ୍ଷୀର ନେବାକୁ ଓହ୍ଲାଇଥିବା ବେଳେ ଛାଡ଼ିଦେଲା ଟ୍ରେନ୍‌, ପଛରେ ଦୌଡ଼ିବାକୁ ଲାଗିଲେ ମା’…ଭାବବିହ୍ବଳ କରୁଛି Video

କଥାରେ ଅଛି ଭଗବାନ ସବୁ ସ୍ଥାନରେ ଉପସ୍ଥିତ ରହିପାରିବେ ନାହିଁ, ଏଣୁ ସେ ମା’ର ସୃଷ୍ଟି କରିଛନ୍ତି। ମା’ ଥିଲେ ପିଲା ଉପରେ କୌଣସି ବିପଦ...

ବିନା କିଛି ଗ୍ୟାରେଣ୍ଟିରେ ଆଧାରକାର୍ଡ ମାଧ୍ୟମରେ କରିପାରିବେ ଋଣ, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୮।୧: ଆଧାରକାର୍ଡ ମାଧ୍ୟମରେ ଋଣ ପାଇପାରିବେ। ଯଦି ଆପଣ ଏହାକୁ ବିଶ୍ୱାସ କରୁନାହାଁନ୍ତି, ତେବେ ଆମେ ଆପଣଙ୍କୁ କହୁଛୁ କି ଏହା ସମ୍ପୂର୍ଣ୍ଣ ସତ ଅଟେ।...

୫୬ ଲକ୍ଷରେ ନିଲାମ ହେଲା ଭାରତର ଐତିହାସିକ ‘ହଜ୍‌ ନୋଟ୍‌’

ଲଣ୍ଡନ: ନିକଟରେ ଲଣ୍ଡନରେ ଆୟୋଜିତ ଏକ ନିଲାମ ସମାରୋହରେ ଭାରତର ଐତିହାସିକ ‘ହଜ୍‌ ନୋଟ’ ୫୬,୪୯,୬୫୦ ଟଙ୍କାରେ ବିକ୍ରି ହୋଇଛି। ୧୯୫୦ ଦଶକରେ ଭାରତୀୟ ରିଜର୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri