Categories: ଜାତୀୟ

ଜନସେନା ପାର୍ଟି ମୁଖ୍ୟ ପଓ୍ବନ କଲ୍ୟାଣଙ୍କୁ ହେପାଜତକୁ ନେଲା ଆନ୍ଧ୍ର ପୋଲିସ

ବିଜୟଓ୍ବାଡା,୧୦।୯: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟଡିପି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁଙ୍କୁ ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ ଶନିବାର ତାଙ୍କୁ ଗିରଫ କରିଛି। ଜନସେନା ପାର୍ଟି ସଭାପତି ପୱନ କଲ୍ୟାଣ ଶନିବାର ନାଇଡୁଙ୍କ ଗିରଫଦାରୀକୁ ନିନ୍ଦା କରିଛନ୍ତି। ନାଇଡୁଙ୍କୁ ସମର୍ଥନ କରି ସେ ବିଜୟୱାଡା ଅଭିମୁଖେ ଯାଉଥିଲେ। ତାଙ୍କୁ ହାଇଦ୍ରାବାଦରୁ ବିଜୟୱାଡାକୁ ବିମାନ ଉଡ଼ାଣ ପାଇଁ ଅନୁମତି ଦିଆଯାଇ ନ ଥିଲା। ତେବେ ପୱନ ଓ ନାଡେଣ୍ଡାଲା ମନୋହରଙ୍କୁ ଏନଟିଆର ଜିଲାରେ ହେପାଜତକୁ ନେଇଛି ଆନ୍ଧ୍ର ପୋଲିସ। ତାଙ୍କୁ ବିଜୟୱାଡା ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇନାହିଁ।

Share