Categories: ଜାତୀୟ

ହାଥରସ ଗଣବଳାତ୍କାର ମାମଲାର ଅଭିଯୁକ୍ତଙ୍କ ପାଇଁ ଲଢିବେ ଆଇନଜୀବୀ ଏପି ସିଂ

ନୂଆଦିଲ୍ଲୀ,୫।୧୦-ବରିଷ୍ଠ ଆଇନଜୀବୀ ଏପି ସିଂ ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ମାମଲାରେ ଗିରଫ ଅଭିଯୁକ୍ତଙ୍କ ପାଇଁ କୋର୍ଟରେ ମାମଲା ଲଢିବେ ବୋଲି ଜଣାପଡିଛି। ଏହି ମାମଲାରେ ଅଭିଯୁକ୍ତଙ୍କୁ ରକ୍ଷା କରିବା ପାଇଁ ଅଖିଲ ଭାରତୀୟ କ୍ଷତ୍ରୀୟ ମହାସଭା ଏପି ସିଂଙ୍କୁ ନିଯୁକ୍ତ କରିଛି। ଅଖିଲ ଭାରତୀୟ କ୍ଷତ୍ରୀୟ ମହାସଭାର ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜା ମନଭେନ୍ଦ୍ର ସିଂହ ହାଥରସ ମାମଲାର ଅଭିଯୁକ୍ତଙ୍କ ପାଇଁ କେସ ଲଢିବାକୁ ଏପି ସିଂହଙ୍କୁ କହିଛନ୍ତି।
ସୂଚନାଯୋଗ୍ୟ ଯେ, ପୂର୍ବରୁ ନିର୍ଭୟା ଗଣବଳାତ୍କାର ଦୋଷୀଙ୍କ ପାଇଁ ମଧ୍ୟ ଆଇନଜୀବୀ ଏପି ସିଂ କେସ ଲଢିଥିଲେ।

Share