ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଥର ଏପରି ହମଲା କଲେ ଅପରାଜିତା, କହିଦେଲେ ଏମିତି ଯେ…

ଭୁବନେଶ୍ୱର,୨୧।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ଆଟାକ୍‌ କରିଛନ୍ତି ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀ। ଭୁବନେଶ୍ୱର ଏମପି ଲିଙ୍ଗରାଜ ପ୍ରକଳ୍ପ କାମକୁ ବନ୍ଦ କରିବାକୁ ପ୍ରୟାସ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିବାବେଳେ ଅପରାଜିତା ଏହାର ପ୍ରମାଣ ମାଗିଛନ୍ତି।

ଅପରାଜିତା କହିଛନ୍ତି, ଲିଙ୍ଗରାଜ ମନ୍ଦିରର କାମ ମୁଁ ବନ୍ଦ କରିବାକୁ ଚେଷ୍ଟା କରିଥିଲି ବୋଲି ମୁଖ୍ୟମନ୍ତ୍ରୀ ଯେଉଁ ଅଭିଯୋଗ କରିଛନ୍ତି, ତା’ର କିଛି ପ୍ରମାଣ ତାଙ୍କ ପାଖରେ ଅଛି କି? ଏନେଇ ତାଙ୍କ ପାଖରେ କିଛି ଲିଖିତ ପ୍ରମାଣ ଅଛି କି? ଏ ନେଇ ମୁଁ କେବେ କୌଣସି ବକ୍ତବ୍ୟ ଦେଇଥିବାର ପ୍ରମାଣ ତାଙ୍କ ପାଖରେ ଅଛି? ତାଙ୍କ ପାଖରେ ପ୍ରମାଣ ନାହିଁ। ଲିଙ୍ଗରାଜ ମନ୍ଦିରର କାମ ବିଷୟରେ ମୁଁ କେବେ ଆଲୋଚନା ହିଁ କରି ନାହିଁ। ଏଏସଆଇ ତରଫରୁ ବହୁତ ଟଙ୍କା ଅଣାଯାଇ ବିଭିନ୍ନ ଦିଗରେ କାର୍ଯ୍ୟ କରାଯାଇଛି। ଯେତିକି ଲେଖିକି ଦିଆଯାଉଛି, ମୁଖ୍ୟମନ୍ତ୍ରୀ କେବଳ ସେତିକି କହି ଦେଉଛନ୍ତି। ପ୍ରମାଣ ଦେଖାଇବା କଥା। ତେଣୁ ସେ ଯେଉଁ ଅଭିଯୋଗ କରିଛନ୍ତି, ତାହା ଭିତ୍ତିହୀନ, ଆଧାରହୀନ ଓ ପୂରା ଭୁଲ।

ସେହିଭଳି ଗତ ୫ ବର୍ଷରେ ଅପରାଜିତା ସେମିତି କିଛି ବ କାମ କରି ନ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାର ଜବାବ ରଖି ସେ କହିଛନ୍ତି, ମୁଁ ଯାହା କାମ କରିଛି, ପ୍ରତ୍ୟେକ ବର୍ଷ ତା’ର ରିପୋର୍ଟ କାର୍ଡ ପ୍ରସ୍ତୁତ କରି ସାର୍ବଜଜନୀନ କରିଛି। ମୁଖ୍ୟମନ୍ତ୍ରୀ ଓ ବିଜେଡି ନେତାମାନେ ତାକୁ ପଢି ମୁଁ କ’ଣ କରିଛି, ତାହା ଜାଣିପାରିବେ। ବିଜେଡିର ୧୨ ଜଣ ଏମପି ଗତ ୫ ବର୍ଷରେ କ’ଣ କରିଛନ୍ତି, ତା’ର ରିପୋର୍ଟ କାର୍ଡ ସାର୍ବଜନୀନ କରନ୍ତୁ ମୁଖ୍ୟମନ୍ତ୍ରୀ।

Share