Posted inଖେଳ

ଅପରାଜିତା ଫେୟାର ପ୍ଲେ ଏକ୍ସପର୍ଟ

ଭୁବନେଶ୍ୱର, ୧।୬, (ତପନ ସ୍ବାଇଁ): ଗୁଜରାଟର ଗାନ୍ଧୀନଗରଠାରେ ବିଶ୍ୱ ଜୁନିୟର ଚେସ୍‌ ପ୍ରତିଯୋଗିତା ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ବିଶ୍ୱ ଚେସ୍‌ ଫେଡେରେଶନ୍‌(ଫିଡେ) ଓଡ଼ିଶାର ଅନ୍ତର୍ଜାତୀୟ ଚେସ୍‌ ଖେଳାଳି ଅପରାଜିତା ଗୋଚ୍ଛିକାରଙ୍କୁ ଫେୟାର ପ୍ଲେ ଏକ୍ସପର୍ଟ (ଏଫ୍‌ପିଇ) ଭାବେ ନିଯୁକ୍ତ କରିଛି। ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ସହାୟତାରେ ସର୍ବଭାରତୀୟ ଚେସ୍‌ ମହାସଂଘ ଏହି ପ୍ରତିଯୋଗିତା ଆୟୋଜନ କରୁଛି। ଅପରାଜିତା ପୂର୍ବରୁ ଚେନ୍ନାଇରେ ଆୟୋଜିତ ଫିଡେ ଚେସ୍‌ ଅଲିମ୍ପିଆଡ୍‌-୨୦୨୨ ଏବଂ ଇଟାଲିରେ ଆୟୋଜିତ ଯୁବ ବିଶ୍ୱ ଚେସ୍‌ ଚାମ୍ପିୟନଶିପ୍‌ -୨୦୨୩ରେ ବିଶ୍ୱ ଚେସ୍‌ ଫେଡେରେଶନ୍‌ର ଫେୟାର ପ୍ଲେ ପ୍ୟାନେଲ ପ୍ରତିନିଧି ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି। ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବାକୁ ଯାଉଥିବାରୁ ଅପରାଜିତାଙ୍କୁ ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ(ଏଓସିଏ) ସମ୍ପାଦକ ଦେବବ୍ରତ ଭଟ୍ଟ ଶୁଭେଚ୍ଛା ଜଣାଇଛନ୍ତି। ପ୍ରକାଶଯୋଗ୍ୟ ଯେ ଏଥର ବିଶ୍ୱ ଜୁନିୟର ଚେସ୍‌ରେ ଆମେରିକା ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ଅଭିମନ୍ୟୁ ମିଶ୍ର, ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣବ ଆନନ୍ଦ ପ୍ରମୁଖ ବହୁ ଶୀର୍ଷସ୍ଥାନୀୟ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଦୁଇ ସପ୍ତାହ ବିଶିଷ୍ଟ ଟୁର୍ନାମେଣ୍ଟରେ ୪୬ଟି ଦେଶରୁ ୨୩୦ ଚେସ୍‌ ପ୍ରତିଭା ଭାଗ ନେବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସତରେ କ’ଣ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ? ସ୍ପଷ୍ଟ ଚିତ୍ର ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୭।୧୦: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତ କରିବ କି ଏଷବ ଏମିତି ପ୍ରଶ୍ନ ଉଙ୍କି ମାରିଛି। ବର୍ତ୍ତମାନ...

ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ବୋଲିଂ ପରେ ବ୍ୟାଟିଂରେ କିଓ୍ବି ଖେଳାଳିଙ୍କ ଜଲଓ୍ବା

ବେଙ୍ଗାଲୁରୁ,୧୭ା୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ...

ଭାରତ ନାଁରେ ୫ ଅଲୋଡା ରେକର୍ଡ: ଜାଣନ୍ତୁ ଏ ବିଷୟରେ…

ବେଙ୍ଗାଲୁରୁ,୧୭।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ଯାଇଥିଲା । ଏହା ପରେ ଦ୍ୱିତୀୟ...

ଆଇପିଏଲ୍‌ ୨୦୨୫ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ନବକଳେବର: ହଟିଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ,୧୭।୧୦: ପ୍ରତ୍ୟେକ ଦଳ ଆଇପିଏଲ୍‌ ୨୦୨୫ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ସିଜିନ୍‌ ପାଇଁ ଆଇପିଏଲ ଦଳରେ ଅନେକ ପରିବର୍ତ୍ତନ କରାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସରେ ମଧ୍ୟ...

ଟେଷ୍ଟ ଇତିହାସରେ ପ୍ରଥମଥର ପାଇଁ ଘରେ ମାଟି କାମୁଡିଲା ଟିମ୍‌ ଇଣ୍ଡିଆ: ଏମିତି ରେକର୍ଡ କଲା

ବେଙ୍ଗାଲୁରୁ,୧୭।୧୦: ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ମାତ୍ର ୪୬ ରନରେ ଅଲଆଉଟ ହୋଇଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଘରୋଇ ମାଟିରେ...

ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୧୭।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଏମ୍‌ ଏସ୍‌ ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଟସ୍‌ ଜିତିବା ପରେ ରୋହିତ ଏକାଦଶ ଘୋଷଣା କରିବା ମାତ୍ରେ...

୫୫ ବର୍ଷ ପରେ ଏମିତି ଲଜ୍ଜାଜନକ ରେକର୍ଡ କଲା ଟିମ୍‌ଇଣ୍ଡିଆ

ବେଙ୍ଗାଲୁରୁ,୧୭।୧୦: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଦିନ ବର୍ଷା ଯୋଗୁ ଟସ...

ବେଙ୍ଗାଲୁରୁ ଟେଷ୍ଟରେ ଭାରତ ୪୬ ରନରେ ଅଲଆଉଟ୍: ଖାତା ଖୋଲିପାରିଲେନି ୫ ବ୍ୟାଟର

ନୂଆଦିଲ୍ଲୀ,୧୭ା୧୦: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ଗୁରୁବାର ମ୍ୟାଚର ଦ୍ୱିତୀୟ ଦିନରେ ଖେଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri