ଅପରାଜିତାଙ୍କୁ ସୁଲୋଚନାଙ୍କ ଟାର୍ଗେଟେ : ତାଙ୍କ ପାଇଁ ଦଳ ବଡ଼, ସହର…

ଭୁବନେଶ୍ୱର,୧୩।୪: ରାଜଧାନୀ ପ୍ରତିଷ୍ଠା ଦିବସରେ ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ଅନୁପସ୍ଥିତିକୁ ନେଇ ଭୁବନେଶ୍ବର ମେୟର ସୁଲୋଚନା ଦାସ ବର୍ଷିଛନ୍ତି। ସୁଲୋଚନା କହିଛନ୍ତି, ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଡକାଗଲା, ସେ ଆସିଲେନି।
ଦଳର ପ୍ରଶିକ୍ଷଣ ଶିବିରରେ ଯୋଗ ଦେବାକୁ ଏଠାକୁ ଆସିଲେନ। ଏଠାରେ ଯୋଗ ଦେଇ ପୁରୀ ଯାଇପାରିଥାନ୍ତେ କିନ୍ତୁ ତାଙ୍କ ପାଇଁ ଦଳ ବଡ଼ସହର ନୁହେଁ ବୋଲି ସୁଲୋଚନା କହିଛନ୍ତି।

 

ଦିନ ଥିଲା ଭୁବନେଶ୍ୱର କହିଲେ ଓଲ୍ଡଟାଉନ୍‌, କପିଳ ପ୍ରସାଦ, କପିଳେଶ୍ୱର ଏବଂ ସାମନ୍ତରାପୁର ଆଦି ଅଞ୍ଚଳକୁ ବୁଝାଉଥିଲା। ଐତିହ୍ୟ, କଳା, ସଂସ୍କୃତି, ପରମ୍ପରା ଥିଲା ଏହି ମନ୍ଦିରମାଳିନୀ ସହରର ସ୍ବତନ୍ତ୍ର ପରିଚୟ। ୪୦ହଜାର ଜନସଂଖ୍ୟାକୁ ନେଇ ଭୁବନେଶ୍ୱରକୁ ରାଜ୍ୟର ରାଜଧାନୀ ଘୋଷଣା କରାଯିବା ସହ ୧୯୪୮ ଏପ୍ରିଲ ୧୩ରେ ଏଥିପାଇଁ ଶିଳାନ୍ୟାସ କରାଗଲା। ୧୯୫୨ ଅକ୍ଟୋବର ପହିଲାରେ ବିଜ୍ଞାପିତ ଅଞ୍ଚଳ ପରିଷଦ, ୧୯୭୯ରେ ମ୍ୟୁନିସିପାଲିଟି ଓ ୧୯୯୪ରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମାନ୍ୟତା ପାଇଲା। ଏହା ପୂର୍ବରୁ ଅର୍ଥାତ୍‌ ୧୯୮୩ ଏପ୍ରିଲ ୧ରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଗଠନ ହେବା ପରେ ସହର ବିକାଶର ମୂଳଦୁଆ ପଡିଥିଲା। ଇତିମଧ୍ୟରେ ରାଜଧାନୀ ଭୁବନେଶ୍ୱର ୭୭ ବର୍ଷ ଅତିକ୍ରମ କରି ୭୮ ବର୍ଷରେ ପାଦ ଥାପିଥିବାବେଳେ ବିକାଶଧାରାର ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଚାରିଦିଗରୁ ସହର ବଢ଼ିଚାଲିଛି। ଜନସଂଖ୍ୟା ମଧ୍ୟ ୧୩ ଲକ୍ଷ ଟପିଛି। ନୂଆ ନୂଆ ସହର ଗଢ଼ି ଉଠୁଥିବାବେଳେ ଶିକ୍ଷା, ସ୍ବାସ୍ଥ୍ୟ, ଖେଳ, ପର୍ଯ୍ୟଟନ, ଗମନାଗମନ, ଆତିଥେୟତା, ଷ୍ଟାର୍ଟଅପ୍‌ ଆଦି ବିଭିନ୍ନ କ୍ଷେତ୍ରରେ ଭୁବନେଶ୍ୱର ଆଗକୁ ବଢ଼ିଚାଲିଛି। ରାଜଧାନୀର ଏହି ଦୀର୍ଘ ସଫଳ ଯାତ୍ରାକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା ।ସ୍ବଚ୍ଛ ସର୍ବେକ୍ଷଣରେ ୩୪ତମ ର଼୍ୟାଙ୍କ୍‌, ରାଜ୍ୟରେ ପ୍ରଥମକେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ସ୍ବଚ୍ଛ ସର୍ବେକ୍ଷଣ-୨୦୨୩ ଘୋଷଣା କରାଯାଇଥିବାବେଳେ ୮୦ତମ ର଼୍ୟାଙ୍କ୍‌ରୁ ଭୁବନେଶ୍ୱରକୁ ୩୪ତମ ର଼୍ୟାଙ୍କ୍‌ ମିଳିଥିଲା। ଏଥିସହ ଓ୍ବାଟର ପ୍ଲସ୍‌ ଏବଂ ଗାର୍‌ବେଜ୍‌ ଫ୍ରି ବା ଆବର୍ଜନାମୁକ୍ତ ସହର ଭାବେ ୩ ଷ୍ଟାର ରେଟିଂ ମିଳିବା ସହ ରାଜ୍ୟରେ ପ୍ରଥମ ସହର ଭାବେ ସ୍ଥାନ ଅଧିକାର କରିଛି। ସ୍ବଚ୍ଛ ସର୍ବେକ୍ଷଣ ସର୍ଭେରେ ମୋଟ୍‌ ୯୫୦୦ ନମ୍ବର ମଧ୍ୟରୁ ଭୁବନେଶ୍ୱରକୁ ୭୩୧୪.୯୦ ନମ୍ବର ମିଳିଥିଲା। ଏଥିରୁ ୫୧% ଅର୍ଥାତ୍‌ ୪୮୩୦ ମାର୍କ ସର୍ଭିସ ଲେଭଲ ପ୍ରୋଗ୍ରେସ ବାବଦରେ ଥିବାବେଳେ ୨୬% ଅର୍ଥାତ୍‌ ୨୫୦୦ ମାର୍କ ସାର୍ଟିଫିକେଶନ୍‌ ଏବଂ ୨୩% ବା ୨୧୭୦ ମାର୍କ ସିଟିଜେନ୍‌ ଭଏସ୍‌ ବାବଦରେ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶାହାଙ୍କ ସହ କଥା ହେଲେ ରାହୁଲ ଗାନ୍ଧୀ, ଏବେ ପାକ୍‌ ବିରୋଧରେ ମୋଦି ନେବେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୩।୪: ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ନିରସ୍ତ୍ର ପର୍ଯ୍ୟଟକଙ୍କ ଉପରେ ଏପରି ବର୍ବର ଆକ୍ରମଣ ପରେ,...

Pahalgam Terror Attack: ପାକିସ୍ତାନ ଏୟାର ସ୍ପେସ ଦେଇ ସାଉଦି ଯାଇଥିଲେ ମୋଦି, ଲେଉଟାଣି ବେଳେ କାହିଁକି ଡାଇଭର୍ଟ ହେଲା ରୁଟ୍‌, ଜାଣନ୍ତୁ

ନୂଆଦିଲ୍ଲୀ,୨୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ଆରବରୁ ଫେରିବା ସମୟରେ ପାକିସ୍ତାନୀ ଆକାଶ ସୀମା ବ୍ୟବହାର କରି ନଥିଲେ। ପହଲଗାମ Terror Attack ପରେ ପ୍ରଧାନମନ୍ତ୍ରୀ...

IPLରେ ଇତିହାସ ରଚିଲେ କେ.ଏଲ ରାହୁଲ: ହାସଲ କଲେ ବଡ଼ ରେକର୍ଡ

ନୂଆଦିଲ୍ଲୀ,୨୩।୪: କେଏଲ ରାହୁଲ ଆଇପିଏଲ ଇତିହାସରେ ଦ୍ରୁତତମ ୫,୦୦୦ ରନ ପୂରଣ କରିଥିବା ଖେଳାଳି ହୋଇଛନ୍ତି। ସେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ସଫଳତା...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ବଡ଼ ଅଭିଯୋଗ ଆଣିଲେ ପରିବାର ଲୋକେ

ଦିଗପହଣ୍ଡି,୨୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ିି ପଞ୍ଚାୟତ ବିରି ବାଡ଼ିଆ ଗ୍ରାମର ଚିତ୍ରସେନ ମଲ୍ଲିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଖବରପାଇ ବୁଧବାର...

Jammu Kashmir Terror Attack: ଚିହ୍ନଟ ହେଲେ ଆତଙ୍କବାଦୀ, ଏବେ ଏୟାରଷ୍ଟ୍ରାଇକ୍‌…

ନୂଆଦିଲ୍ଲୀ,୨୩।୪: ଜମ୍ମୁ ଓ କଶ୍ମୀର ପୋଲିସ ପହଲଗାମ ଆତଙ୍କବାଦୀ ଆକ୍ରମଣର ତିନି ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସ୍କେଚ ଜାରି କରିଛି। ଏହି ସନ୍ଦିଗ୍ଧମାନଙ୍କୁ ଆସିଫ ଫୁଜି,...

PSL: ପଡ଼ିଆ ମଝିରେ ଓ୍ବିକେଟ କିପରଙ୍କୁ ମୁଥ ମାରିଲେ ବୋଲର, ଲହୁଲୁହାଣ ହେଲା…

ଇସଲାମାବାଦ,୨୩।୪: ପାକିସ୍ତାନ ସୁପର ଲିଗ ବା PSL ଆରମ୍ଭ ହେବା ଦିନଠାରୁ, କିଛି ବିବାଦ ଏବଂ ଘଟଣା ଘଟିଛି ଯାହା କ୍ରିକେଟକୁ ବାରମ୍ବାର ହସର ଖୋରାକ...

ବ୍ୟାଙ୍କ ସ୍ଥାନାନ୍ତରକୁ ଲୋକଙ୍କ ବିରୋଧ: ରାସ୍ତାରୋକୋ କଲେ ଉପଭୋକ୍ତା

ଭଦ୍ରକ, ୨୩।୪(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବରପଦା ବଜାରରେ ଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଶାଖା ସ୍ଥାନାନ୍ତରକୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି...

୩୩ ଦୋକାନ ସିଲ, ୬୦ ବେପାରୀଙ୍କୁ ନୋଟିସ: ରଦ୍ଦ ହେବ ଲାଇସେନ୍ସ

ଖୋର୍ଦ୍ଧା,୨୩।୪(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ପୁଣିଥରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଟାଉନ ହଲ୍‌ ନିକଟରେ ଥିବା ୬ଟି ଦୋକାନ ଘରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image