ଅପରାଜିତା ଏବେ ଦିଲ୍ଲୀରେ ନା ଭୁବନେଶ୍ୱରରେ? ପ୍ରଶ୍ନ ଉଠାଇଲେ ସପ୍ତଗିରି ଉଲାକା

ଭୁବନେଶ୍ୱର,୧୨ା୬: ବୁଧବାର ଥିଲା ଭାଜପା ପାଇଁ ଏକ ସବୁଠୁ ବଡ଼ ଦିନ। ଆଜି ଭାଜପା ପ୍ରଥମଥର ପାଇଁ ଓଡ଼ିଶାରେ ସରକାର ଗଠନ କରିଛି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝି। ଏହି ଶପଥପାଠ ସମାରୋହରେ ରାଜ୍ୟ ତଥା ରାଜ୍ୟ ବାହାରର ହେଭିଓ୍ବେଟ୍‌ ନେତାମାନଙ୍କୁ ଦେଖିବାକୁ ମିଳିଥିଲା। ମାତ୍ର ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ କେଉଁଠାରେ ଦେଖିବାକୁ ମିଳି ନ ଥିଲା।

ଏନେଇ କଂଗ୍ରେସ ବିଧାୟକ ସପ୍ତଗିରି ଉଲାକା ପ୍ରଶ୍ନ ଉଠାଇଛନ୍ତି। ସେ ସୋସିଆଲ ମିଡିଆ ‘ଏକ୍ସ’ରେ କହିଛନ୍ତି, ରାଜ୍ୟରେ ତାମିଲ ଶାସନ ବିରୋଧରେ ସ୍ବର ଉଠାଇଥିବା ଅପରାଜିତା ଷଡ଼ଙ୍ଗୀ ଏବେ କେଉଁଠି। ଦିଲ୍ଲୀରେ ନା ଭୁବନେଶ୍ୱରରେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ସେ ଏହି ଟୁଇଟ୍‌କୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମଧ୍ୟ ଟ୍ୟାଗ୍‌ କରିଛନ୍ତି।

Share