କାନ୍ଦିଲେ ଅପରାଜିତା: କହିଲେ ‘ଯିଏ ଅନିଷ୍ଟ କରୁଛି ସେ କି ବନ୍ଧୁ, ପ୍ରାର୍ଥନା କରୁଛି ବାବୁସାନ ଫେରିଆସୁ’

ଭୁବନେଶ୍ୱର,୨୪।୭(ବ୍ୟୁରୋ): କ୍ୟାମେରା ସମ୍ମୁଖରେ କାନ୍ଦିଲେ ଅଭିନେତ୍ରୀ ଅପରାଜିତା ମହାନ୍ତି। ପାରିବାରିକ ବିବାଦ ସାମ୍ନାକୁ ଆସିବାର ଗୋଟିଏ ଦିନ ପରେ ସେ ପୁଅ ବାବୁସାନଙ୍କ ବିଷୟରେ ପ୍ରତିକ୍ରିୟା ରଖିଛନ୍ତି। ଅପରାଜିତା କହିଛନ୍ତି, ବାବୁସାନ ବହୁତ ଭଲ ପିଲା ଓ ସ୍ନେହୀ। ଅଭିନୟ, ଗୀତ, ଇଣ୍ଡଷ୍ଟ୍ରୀ କହିଲେ ତା’ର ଜୀବନ। କରୋନା କାରଣରୁ ଲକ୍‌ଡାଉନ୍‌ ସମୟରେ କାମ ନ ଥିଲା। ଦେଢ଼/ଦୁଇ ବର୍ଷ ମଧ୍ୟରେ ଖରାପ ସଙ୍ଗତରେ ପଡ଼ି ଖରାପ ହୋଇଗଲା। ସେ ବହୁତ ବଦଳିଗଲା। ବୁଝିବାର କ୍ଷମତା ହରାଇଲା। କେଉଁଟା ଠିକ୍‌, କେଉଁଟା ଭୁଲ ସେ ବୁଝି ପାରିପାରିଲା ନାହିଁ। ଯେଉଁମାନଙ୍କୁ ଅତି ଭଲ ପାଏ, ସେମାନଙ୍କ କଥା ବି ମାନିଲା ନାହିଁ। ଖାଦ୍ୟପେୟ ପ୍ରତି ରୁଚି ରହିଲା ନାହିଁ। ଘରକୁ ଆସିଲା ନାହିଁ। ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ବାବୁସାନ ଫେରିଆସୁ। ବାପା, ମା’, ସ୍ତ୍ରୀ, ପିଲା ପାଖକୁ ବାବୁସାନ ଫେରି ଆସୁ। ଅନ୍ୟର ପ୍ରରୋଚନାରେ ପଡ଼ି ଘର ଲୋକଙ୍କୁ ଭୁଲ ବୁଝେ ନାହିଁ ବୋଲି ସେ କହିଛନ୍ତି। ଏହାଛଡ଼ା ଅଭିନେତ୍ରୀ ପ୍ରକୃତି ମିଶ୍ର ନିଜକୁ ବାବୁସାନଙ୍କ ଭଲ ବନ୍ଧୁ ବୋଲି କହିଥିବା ପ୍ରସଙ୍ଗରେ ଉତ୍ତର ଦେଇ ସେ କହିଛନ୍ତି, ଯିଏ ପ୍ରକୃତ ବନ୍ଧୁ ହୋଇଥିବ ସେ କାହାର ଅନିଷ୍ଟ କରିବ ନାହିଁ। ଯିଏ ଆଥିକ, ମାନସିକ ଏବଂ ପାରିବାରିକ କ୍ଷତି କରୁଛି ସେ କି ବନ୍ଧୁ। ଏବେ ବାବୁସାନଙ୍କ ଫୋନ୍‌ କଲ୍‌ ଯାଞ୍ଚ ହେଲେ ସତ ସାମ୍ନାକୁ ଆସିବ।

Share