ଆଜି ଖୋଲିଲା ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟ

ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ଆଜି ଭାଜପା ନେତ୍ରୀ ତଥା ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟ ଖୋଲିଛି। ୮ ଦିନ ପରେ ବିଏମ୍‌ସି ଅଧିକାରୀ ଏବଂ ପୋଲିସ ଉପସ୍ଥିତିରେ ଏହି କାର୍ଯ୍ୟାଳୟ ଖୋଲାଯାଇଛି।
ସୂଚନାଯୋଗ୍ୟ, ଚଳିତମାସ ୮ ତାରିଖରେ ଏମ୍‌ପି ତାଙ୍କ ଜନ୍ମଦିନ ପାଳନ ସମୟରେ କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ୧୦ ତାରିଖରୁ ୧୫ ଦିନ ପାଇଁ ତାଙ୍କ ଅଫିସ ସିଲ୍‌ କରାଯାଇଥିବା ବେଳେ ଆଜି ଖୋଲିଦେଇଛି ବିଏମ୍‌ସି।

ଅନ୍ୟପକ୍ଷରେ ଶନିବାର ଏକ ଖବରଦାତା ସମ୍ମିଳନୀ ଡାକି ଅଫିସ ସିଲ୍‌ ଘଟଣାକୁ ବେଆଇନ ବୋଲି କହିଛନ୍ତି ଏମ୍‌ପି। ସେ କହିଛନ୍ତି, ମୋ’ ବିରୋଧରେ ରାଜ୍ୟ ସରକାରଙ୍କ ଏହା ଏକ ଷଡ଼ଯନ୍ତ୍ର। ଏହାଦ୍ୱାରା ତାଙ୍କର ଆର୍ଥିକ କ୍ଷତି ହେବା ସହ ମାନସିକ ଆଘାତ ମଧ୍ୟ ଲାଗିଛି। ଏଥିପାଇଁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି ବୋଲି କହିଛନ୍ତି।

Share