ବିଜେଡିକୁ ନେଇ ବିସ୍ଫୋରକ ବୟାନ ଦେଲେ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର,୫।୮: ବିଜେଡିରୁ ମମତା ମହାନ୍ତ ଇସ୍ତଫା ଦେବା ପରେ ରାଜନୈତିକ ବୟାନବାଜି ବଢିବାରେ ଲାଗିଛି। ଏହାକୁ ନେଇ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ଏକ ବିସ୍ଫୋରକ ମନ୍ତବ୍ୟ ନେଇଛନ୍ତି। ମମତା ମହନ୍ତ ଦଳ ଛାଡିବା ଏକ ଟ୍ରେଲର ଥିଲା, ଆଗକୁ ଲୋକ ଫିଲ୍ମ ଦେଖିବେ ବୋଲି ସେ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଅନୁସୂଚିତ ଜନଜାତି ମୋର୍ଚ୍ଚାର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଅପରାଜିତା ଏହା କହିଛନ୍ତି।
ସେ କହିଛନ୍ତି, ଯେଉଁ ଘର ଦୁର୍ବଳ ହେବ, ସେହି ଘର ଭାଙ୍ଗିବାଟା ସ୍ବାଭାବିକ କଥା। ଘର ଭାଙ୍ଗିବାକୁ ନେଇ ଘରେ ରହୁଥିବା ଲୋକେ ବି ଭୟଭୀତ ହେବେ ନିଶ୍ଚିତ। ବିଜେଡି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ବିଜେଡିର ନେତାମାନେ ମଧ୍ୟ ନିଜ ଭବିଷ୍ୟତକୁ ନେଇ ସନ୍ଦିହାନ ଅବସ୍ଥାରେ ଅଛନ୍ତି। ସେମାନେ ଅନବାଟ ଦେଖିବା ଆରମ୍ଭ କଲେଣି। ମମତା ମହାନ୍ତ ଦଳ ଛାଡିବା ଏକ ଟ୍ରେଲର ଥିଲା, ଆଗକୁ ଲୋକେ ଫିଲ୍ମ ଦେଖିବେ। ଏହାର ଅର୍ଥ ଆଗକୁ ଆହୁରି ନେତା ବିଜେଡି ଛାଡିବେ ବୋଲି ଅପରାଜିତା ଆଶଙ୍କା କରିଛନ୍ତି।
ସୂଚନାଯୋଗ୍ୟ, ନିକଟରେ ମମତା ମହାନ୍ତ ରାଜ୍ୟ ସଭା ପଦରୁ ଇସ୍ତଫା ଦେବା ସହ ବିଜେଡି ଛାଡିଥିଲେ। ଏହାର ଗୋଟିଏ ଦିନ ପରେ ସେ ଭାଜପାରେ ଯୋଗ ଦେଇଥିଲେ।

Share