ଭୋଟରଙ୍କୁ ଅହଙ୍କାର ଦେଖାଉଛନ୍ତି ଅପରାଜିତା: ବିଜେଡି

ଭୁବନେଶ୍ୱର,୨୯ା୮(ଅନିଲଦାସ):ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ରବିବାର ନିଜ ସଂସଦୀୟ କ୍ଷେତ୍ର ଗସ୍ତବେଳେ ଗିରିଙ୍ଗ ଛକରେ ମିଶନ ଶକ୍ତିର ମହିଳା ଓ ବିଜେଡି କର୍ମୀ ତାଙ୍କୁ ବିରୋଧ କରିଥିବା ସେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଅପରାଜିତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୋଶିଆଲ ମିଡିଆରେ ଟାର୍ଗେଟ୍‌ କରିଛନ୍ତି । ବିଜେଡି ପକ୍ଷରୁ ଏହା କଡ଼ା ବିରୋଧ କରାଯାଇଛି। ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଅପରାଜିତାଙ୍କୁ ଜବାବ ଦେଇ କହିଛନ୍ତି, ଭୁବନେଶ୍ୱରର ସାଧାରଣ ଲୋକଙ୍କୁ ଆପଣ ଗୁଣ୍ଡା ବୋଲି କହିଛନ୍ତି। ା ଭୁବନେଶ୍ୱରର ମହିଳାମାନେ ଆପଣଙ୍କୁ ଆକ୍ରମଣ କରିବାକୁ ଆସିଥିବା କହି ସେମାନଙ୍କୁ ଅପମାନିତ କରିଛନ୍ତି । ସେମାନେ ପ୍ରାସଙ୍ଗିକ ପ୍ରଶ୍ନ ପଚାରୁଛନ୍ତି, ଆପଣ କାହିଁକି ତାହାକୁ ଏଡ଼ାଉଛନ୍ତି ଏବଂ ସେମାନଙ୍କୁ ଗୁଣ୍ଡା ବୋଲି କହୁଛନ୍ତି। ଓଡ଼ିଆ ଲୋକଙ୍କୁ ଏବଂ ବିଶେଷକରି ଓଡ଼ିଶାର ମହିଳାମାନଙ୍କୁ ଗୁଣ୍ଡା ବୋଲି କହି ଅପମାନିତ ନ କରିବାକୁ ଶ୍ରୀମୟୀ କହିଛନ୍ତି। ପଥର ଧରିଥିବା କିଛି ନକଲି ଫଟୋ ପୋଷ୍ଟ କରି ମହିଳାମାନଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି ା ଜଣେ ଜନପ୍ରତିନିଧି ଭାବେ ସେମାନଙ୍କ ସେବା କରିବା ପାଇଁ ଅଛନ୍ତି, ସେମାନଙ୍କୁ ଏକଚ୍ଛତ୍ରବାଦୀ ଶାସନ କରିବା ପାଇଁ ନୁହେଁ। ଓଡ଼ିଶାର ଲୋକମାନେ ଆପଣଙ୍କର ଅହଙ୍କାର ଏବଂ ରାଜ୍ୟର ମହିଳା ଓ ପୁରୁଷମାନଙ୍କ ପ୍ରତି ଆଚରଣ ଦେଖୁଛନ୍ତି । ଏହାର ଉପଯୁକ୍ତ ଜବାବ ରାଜ୍ୟବାସୀ ଦେବେ ବୋଲି ଶ୍ରୀମୟୀ କହିଛନ୍ତି ା

Share