ମନ୍ମଥ ରାଉତରାୟଙ୍କୁ କଟାକ୍ଷ କଲେ ଅପରାଜିତା, କହିଲେ ବାପାଙ୍କ ନାଁରେ…

ଭୁବନେଶ୍ୱର,୧୫।୪: ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେଡି ଲୋକ ସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ଆଜି ପୁଣିଥରେ ଏମ୍‌ପି ଅପରାଜିତା ଷଢଙ୍ଗୀ କଟାକ୍ଷ କରିଛନ୍ତି । ଅପରାଜିତା କହିଛନ୍ତି, ମନ୍ମଥଙ୍କ ନିଜର କୌଣସି ପରିଚୟ ନାହିଁ ଓ ସେ ତାଙ୍କ ବାପାଙ୍କ ପରିଚୟ ଧରିକି ବୁଲୁଛନ୍ତି । ପିଲାମାନେ ବୟସ୍କ ହୋଇଗଲେ ସେମାନେ ନିଜ ନିଜର ପରିଚୟ ତିଆରି କରନ୍ତି। ମାତ୍ର ବିଜେଡି ପ୍ରାର୍ଥୀ ମନ୍ମଥଙ୍କର ଏବେବି ବାପାଙ୍କ ବିନା କୌଣସି ପରିଚୟ ନାହିଁ।

ଅପରାଜିତା କହିଛନ୍ତି, ମୁଁ ଯେତେବେଳେ ନିର୍ବାଚନୀ ପ୍ରଚାରରେ ଜଣେ ବ୍ୟକ୍ତିଙ୍କ ଘରେ ବସିଥିବାବେଳେ ସେଠାରେ ଜଣେ କହିଲେ ‘ସୁର ପୁଅ’ ନିର୍ବାଚନରେ ଠିଆ ହୋଇଛନ୍ତି । ଏଥିରୁ ଜଣାପଡୁଛି ତାଙ୍କର ନିଜସ୍ବ କୌଣସି ପରିଚୟ ନାହିଁ। ସେ ତାଙ୍କ ବାପାଙ୍କୁ ଧରି ଚାଲିଛନ୍ତି । ବାପାଙ୍କ ନାଁରେ ହିଁ ତାଙ୍କର ନାଁ ।

Share