ମେଟ୍ରୋ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଭୁବନେଶ୍ୱର-କଟକରେ ମେଟ୍ରୋ ସେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ବର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଚିଠି ଲେଖିଛନ୍ତି। ସେ କହିଛନ୍ତି, ଟ୍ବିନ୍‌ ସିଟିରେ ଜନସଂଖ୍ୟା ବଢୁଥିବାରୁ ମେଟ୍ରୋ ଟ୍ରେନ୍‌ର ଆବଶ୍ୟକତା ରହିଛି। ବର୍ତ୍ତମାନ ଭୁବନେଶ୍ୱର ଓ କଟକର ଲୋକସଂଖ୍ୟା ମିଶି ପ୍ରାୟ ୨୦ ଲକ୍ଷ ଅତିକ୍ରମ କରିସାରିଛି। ଯେଉଁ ସହରରେ ୨୦ ଲକ୍ଷ ଲୋକସଂଖ୍ୟା ଅଛି ସେଠାରେ ମେଟ୍ରୋ ସେବା ରହିବା ନେଇ ପଲିସିରେ ଉଲ୍ଲେଖ ରହିଛି। ଆବଶ୍ୟକ ଲୋକସଂଖ୍ୟା ଦୃଷ୍ଟିରୁ ଖୋର୍ଦ୍ଧା, ଜଟଣୀ ଓ ଆଖପାଖରେ ଥିବା ମ୍ୟୁନ୍‌ସିପାଲିଟିକୁ ମଧ୍ୟ ଟ୍ବିନ୍‌ ସିଟି ମେଟ୍ରୋ ପ୍ରକଳ୍ପରେ ଯୋଡି ହେବ ବୋଲି ଅପରାଜିତା ମତ ଦେଇଛନ୍ତି ।

Share