Advertisement

ଅପରାଜିତାଙ୍କ ଖୋଲା ଚ୍ୟାଲେଞ୍ଜ, ଆସ ମୋ ସହ ବିତର୍କ କର

ଭୁବନେଶ୍ୱର,୨୧।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱରରେ ଏକ ବିଶାଳ ରୋଡ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ସେ ନାଁ ନ ନେଇ ଜଣେ ଏମପିଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ପୁରୀ ଶ୍ରୀମନ୍ଦିର ଏବଂ ଏକାମ୍ର ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର ମେଗା ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ପାଇଁ ଜଣେ ଏମପି ଚେଷ୍ଟା କରିଛନ୍ତି। ଯାହାକୁ ନେଇ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ଏମପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ସେ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ପ୍ରମାଣ ମାଗିଛନ୍ତି।

ଗଣମାଧ୍ୟମରେ ସେ ମୁଖ୍ୟମନ୍ତ୍ରୀଙ୍କୁ ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି। ୫ ବର୍ଷରେ କେତେ ବିକାଶ କରିଛି ଓ କ’ଣ କରିଛି, ଏହାର ଟିକନିଖ ପ୍ରମାଣ ଦେବାକୁ ବିତର୍କ ପାଇଁ ଡାକୁଛି ବୋଲି କହିଛନ୍ତି ଅପରାଜିତା। ସେ ମୁଖ୍ୟମନ୍ତ୍ରୀଙ୍କୁ ବିତର୍କ ପାଇଁ ସ୍ଥାନ ଓ ସମୟ ପଚାରଛନ୍ତି। ଆପଣ ସ୍ଥାନ ଓ ସମୟ କୁହନ୍ତୁ ମୁଁ ପହଞ୍ଚି ଯିବି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ୨୪ ବର୍ଷର ମୁଖ୍ୟମନ୍ତ୍ରୀ ଜଣେ ପ୍ରଥମଥରର ଏମପିଙ୍କୁ ଅଙ୍ଗୁଠି ଉଠାଉଛନ୍ତି। ଯାହା ମୋତେ ଆଶ୍ଚର୍ଯ୍ୟ କରିଛି, ଦୁଃଖ ଦେଇଛି। ପ୍ରତିବର୍ଷ ରିପୋର୍ଟ କାର୍ଡ ଦେଉଛି, କୋଟେରୀରୁ ମୁଖ୍ୟମନ୍ତ୍ରୀଙ୍କ ଯାଏଁ ପହଞ୍ଚୁନି। ଐତିହ୍ୟ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୪ଟି ଚିଠି ଲେଖିଥିଲି, ଏଯାଏଁ ଉତ୍ତର ମିଳିଲାନି। ଲିଙ୍ଗରାଜ ବାଇ ଲ’କୁ ମୁଁ ବିରୋଧ କରିଥିବା କହୁଛନ୍ତି ତା’ହେଲେ ପ୍ରମାଣ ଥିଲେ ଦିଅନ୍ତୁ। ୪୮ ଘଣ୍ଟା ଭିତରେ ପ୍ରମାଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଖୋଲାଖୋଲି କହିଛନ୍ତି ଅପରାଜିତା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share