ବାପା ହେବାକୁ ଯାଉଛନ୍ତି ଅଭିନେତା ଅପାରଶକ୍ତି, ବିବାହର ୭ ବର୍ଷ ପରେ…

ବମ୍ବେ: ବାପା ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତା ତଥା ଆୟୁଷ୍ମାନ ଖୁରାନ୍ନାଙ୍କ ଭାଇ ଅପାରଶକ୍ତି। ଖୁବ୍‌ଶୀଘ୍ର ତାଙ୍କ ଘରକୁ ନୂଆ ଅତିଥି ଆସିବାକୁ ଯାଉଛି। ବିବାହର ସାତ ବର୍ଷ ପରେ ସେ ବାପା ହେବାକୁ ଯାଉଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ଅପାରଶକ୍ତି ସ୍ତ୍ରୀଙ୍କ ସହ ନିଜର ଫଟୋ ଶେୟାର କରି ଲକ୍‌ଡାଉନ୍‌ରେ କାମ ତ ହୋଇପାରିରଲା ନାହିଁ,ଶେଷରେ ପରିବାର ବଢ଼ାଇବାକୁ ନିଷ୍ପତ୍ତି ନେଲୁ ବୋଲି ସେ ଲେଖିଛନ୍ତି। ଏହାପରେ ବଲିଉଡ୍‌ କଳାକାରମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କହିରଖୁଛୁ, ଆମିର ଖାନ୍‌ଙ୍କ ‘ଦଙ୍ଗଲ’ରେ ଡେବ୍ୟୁ କରିଥିଲେ ଅପାରଶକ୍ତି। ଏହାପରେ ସେ ବଦ୍ରିନାଥ କି ଦୁଲହନିଆ,ସ୍ତ୍ରୀ, ଲୁକା ଛୁପ୍ପି, ବାଲା ଭଳି ଅନେକ ଫିଲ୍ମରେ ଦମ୍‌ଦାର ଅଭିନୟ କରି ନିଜକୁ ପ୍ରମାଣିତ କରିଛନ୍ତି। ବ୍ୟକ୍ତିଗତ ଜୀବନ ଦେଖିଲେ ସେ ଡେବ୍ୟୁ ପୂର୍ବରୁ ଆକୃତି ଆହୁଜାଙ୍କୁ ବିବାହ କରିଥିଲେ।

Share