Categories: Uncategorized

ବେବି ବମ୍ପ ସହତ ଫଟୋ ଶେୟାର କଲେ ଅପାରଶକ୍ତି ଖୁରାନା: କାହିଁକି ଲକ୍‌ଡାଉନ୍‌ରେ ବେବି ପ୍ଲାନ କଲେ ଜାଣନ୍ତୁ

ଦୀର୍ଘ ଦିନ ପରେ ଖୁରାନା ପରିବାର ପୁଣି ଥରେ ଖୁସିର ଲହରୀ ଦେଖିବାକୁ ମିଳିଛି। ଅଭିନେତା ଆୟୁଷ୍ମାନ ଖୁରାନା ବଡ଼ବାପା ହେବାକୁ ଯାଉଛନ୍ତି। ବାପା ହେବା ଖୁସିରେ ତାଙ୍କ ସାନଭାଇ ଅପାରଶକ୍ତି ଖୁରାନା ସ୍ତ୍ରୀ ଆକ୍ରିତୀ ଆହୁଜାଙ୍କ ବେବି ବମ୍ପ ସହିତ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ସ୍ତ୍ରୀଙ୍କ ଗର୍ଭଧାରଣ ବିଷୟରେ ଘୋଷଣା କରିଛନ୍ତି।
ଫଟୋରେ ଅପାରଶକ୍ତି ବେବି ବମ୍ପଙ୍କୁ କିସ୍‌ କରୁଥିବା ନଜର ଆସିଛନ୍ତି । ଏହି ଫଟୋକୁ ଅନେକ ଲୋକ ପସନ୍ଦ କରିଛନ୍ତି। ଏଥି ସହିତ, ଲୋକଙ୍କ ଧ୍ୟାନ ଫଟୋର କ୍ୟାପଶନକୁ ଯାଉଛି, ଯେଉଁଥିରେ ସେ ଲକଡାଉନରେ କାହିଁକି ବେବି ପ୍ଲାନ କରିଛନ୍ତି ବୋଲି ସେ କହିଛନ୍ତି।

ଅପାରଶକ୍ତି ବର୍ତ୍ତମାନ ବହୁତ ଖୁସି ଅଛନ୍ତି। ପରିବାରରେ ଏକ ଛୋଟ ଅତିଥିଙ୍କ ପୁନର୍ବାର ଆସିବାକୁ ଯାଉଛନ୍ତି । ଫଟୋ ଶେୟାର କରି
ଏକ ମଜାଳିଆ ଢ଼ଙ୍ଗରେ କହିଥିଲେ ଯେ, ସେ କାହିଁକି ଲକ୍‌ଡାଉନ୍‌ରେ ବେବି ପ୍ଲାନ କରିଛନ୍ତି। ଫଟୋ କ୍ୟାପଶନରେ ସେ ଲେଖିଛନ୍ତି, ‘ଯଦି ଲକ୍‌ଡାଉନରେ କାମ ନ ମିଳିବ ତେବେ ଆମେ ଭାବୁଥିଲୁ କେବଳ ପରିବାର ବଢ଼ାଯାଇ ପାରିବ।